ପଞ୍ଚଭୂତରେ ବିଲୀନ ହେଲେ ବିପିନ ରାୱତ, ଦୁଇ ଝିଅ ଦେଲେ ମୁଖାଗ୍ନି
ପଞ୍ଚଭୂତରେ ଲୀନ ହେଲେ ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାଓ୍ବତ । ଦିଲ୍ଲୀର ବରାର୍ ସ୍କ୍ବେୟାରରେ ଥିବା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ବିପିନ ରାୱତ ଓ ମଧୁଲିକା ରାୱତଙ୍କ ଝିଅ କୃତିକା ଓ ତାରିଣୀ ବାପାମାଆଙ୍କୁ ମୁଖାଗ୍ନି ଦେଇଛନ୍ତି । ବୈଦିକ ମନ୍ତ୍ରପାଠ ଓ ତୋପ ସଲାମୀ ମଧ୍ୟରେ ତାଙ୍କ କନ୍ୟା କୃତ୍ରିକା ମୁଖାଗ୍ନି ଦେଇଥିଲେ ।
ଏହା ପୂର୍ବରୁ ଶ୍ମଶାନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅନ୍ୟ ଦେଶର ଅଧିକାରୀଙ୍କ ସହ ତିନି ସେନା ମୁଖ୍ୟ ଅନ୍ତିମ ଦର୍ଶନ କରିଛନ୍ତି । ରାଜନେତା, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଭନ୍ନ ଦେଶର ପ୍ରତିନିଧି, ସାମରିକ ଅଧିକାରୀମାନେ ତାଙ୍କୁ ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି ।
୮ ଡିସେମ୍ବରରେ ତାମିଲନାଡ଼ୁର କନ୍ନୁରରେ ସେନା ହେଲିକପ୍ଟର କ୍ରାସ ହୋଇଥିଲା । ହେଲିକପ୍ଟରରେ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ସହ ତାଙ୍କ ପତ୍ନୀଙ୍କ ସହ ୧୧ ଜଣ ଥିଲେ । ହେଲିକପ୍ଟରଟି ୱେଲିଂଟନ୍ ସ୍ଥିତ ଡିଫେନ୍ସ ସର୍ଭିସେସ ଷ୍ଟାଫ୍ କଲେଜ ଯାଉଥିବା ବେଳେ ନୀଳଗିରି ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଗତକାଲି ସନ୍ଧ୍ୟାରେ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ମରଶରୀର ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଅଣା ଯାଇଥିଲା ।
Powered by Froala Editor