ବିରାଟ-ଅନୁଷ୍କାଙ୍କ ପଡ଼ୋଶୀ ହେବେ କ୍ୟାଟ୍ରିନା-ଭିକି, ଜାଣନ୍ତୁ କେଭଳି ରହିବେ...କ’ଣ ରହିଛି ସୁବିଧା...

ମୁମ୍ବାଇ: ଚିକ୍ନି ଚାମେଲିଙ୍କ ଆଜି ହାତ ଧରିବେ ଭିକି କୌଶଲ । ଏଥିପାଇଁ ସଜେଇ ହୋଇଛି ରାଜସ୍ଥାନ ଜୋଧପୁରର ସିକ୍ସ ସେନ୍ସ ଫୋର୍ଟ । ଷ୍ଟାରମାନଙ୍କ ଭିଡ଼ ବି ଜମିବା ଆରମ୍ଭ ହେଲାଣି । ଗୁପ୍ତରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବ ।
ଏହି ଷ୍ଟାର କପଲ୍ ଗଣମାଧ୍ୟମଠୁ ଯଥେଷ୍ଟ ଦୂରେଇ ରହୁଥିବା ଦେଖିବାକୁ ମିଳୁଛି । ହେଲେ ଗୋଟିଏ ପରେ ଗୋଟେ ସିକ୍ରେଟ୍ ଲିକ୍ ହେଉଛି । ନିକଟରେ ପୁଣି ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ତାହା ହେଲା ବିରାଟ-ଅନୁଷ୍କାଙ୍କ ପଡ଼ୋଶୀ ସାଜିବେ କ୍ୟାଟ୍ରିନା ଓ ଭିକି ।
ରାଜସ୍ଥାନରେ ବିବାହ ପରେ ମୁମ୍ବାଇ ଉଡ଼ି ଆସିବେ ଏହି ପାୱାର କପଲ୍ । ଏହାପରେ ଭିକି କ୍ୟାଟ୍ରିନାଙ୍କୁ ଭଡ଼ା ଘରେ ରହିବେ । ତାହା ପୁଣି ଅନୁଷ୍କା ଶର୍ମା-ବିରାଟ କୋହଲି ରହୁଥିବା ଆପାର୍ଟମେଣ୍ଟରେ ।
ମୁମ୍ବାଇର ସେଲିବ୍ରିଟି ଏରିଆ ଜୁହୁରେ ଥିବା ୮ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ରାଜ ମହଲରେ ନିଜ ଘର ବସାଇବେ ଏହି ପ୍ରେମ ପକ୍ଷୀ । ଏଥିନିମନ୍ତେ ଭିକି ଗତ ଜୁଲାଇ ମାସରୁ ସି-ଫେସିଂ ଏକ ଫ୍ଲାଟ୍ ଭଡ଼଼ା ନେଇଛନ୍ତି । ଏଥିପାଇଁ ମାସକୁ ଭଡ଼଼ା ୮ ଲକ୍ଷ ଗଣୁଛନ୍ତି ।
ଭିକି ମୁମ୍ବାଇର ଅନ୍ଧେରୀରେ ନିଜ ପରିବାର ସହ ରହୁଥିବା ବେଳେ ବିବାହ ପରେ କିନ୍ତୁ ବଦଳିଯିବ ତାଙ୍କ ଠିକଣା । ପତ୍ନୀଙ୍କ ସହ ରାଜ ମହଲରେ ଗଢ଼ିବେ ନୂଆ ସଂସାର । ପୂର୍ବରୁ ଅନୁଷ୍କା ଓ ବିରାଟ ଏହି ଆପାର୍ଟମେଣ୍ଟର ବାସିନ୍ଦା ହୋଇ ସାରିଥିବା ବେଳେ ଏବେ ସେମାନଙ୍କ ପଡ଼ୋଶୀ ସାଜିବେ ଭିକି ଓ କ୍ୟାଟ୍ରିନା । ଏହି ଫ୍ଲାଟ୍ରେ ପ୍ରାଇଭେଟ ବିଚ୍ ଓ ସୁଇମିଂ ପୁଲ ସୁବିଧା ରହିଛି । ଏଥିସହ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ଯାହାକି ନବ ବିବାହିତ ଦାମ୍ପତ୍ୟ ଜୀବନରେ ବେଶ୍ ରୋମାଞ୍ଚ ଭରି ଦେବ ବୋଲି ଆଶା କରାଯାଉଛି ।
Powered by Froala Editor