ବିଜେପିରେ ମିଶିଲେ ଏହି ଜେଡିୟୁ ନେତାଙ୍କ ପୁଅ
ନୂଆଦିଲ୍ଲୀ: ତିନି ବର୍ଷ ତଳେ ଫେସବୁକ ଡାଟା ଲିକ ମାମଲାକୁ ନେଇ ଚର୍ଚ୍ଚାରେ ରହିଥିବା ଜେଡିୟୁ ଜାତୀୟ ସାଧାରଣ ସମ୍ପାଦକ କେସି ତ୍ୟାଗୀଙ୍କ ପୁଅ ଅମରିଶ ତ୍ୟାଗୀ ବିଜେପିରେ ସାମିଲ ହୋଇଛନ୍ତି । ଉତ୍ତରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ଲକ୍ଷ୍ନୌରେ ଅମରିଶଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବରେ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି ।
ଗାଜିଆବାଦର ଲୋହିୟାନଗରରେ ରହୁଥିବା ଅମରିଶ ଆମେରିକାର ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ନିର୍ବାଚନରେ କାମ କରିଥିଲେ ଏବଂ ବିଜେପି ନେତାଙ୍କ ସହ ଘନିଷ୍ଠ ସମ୍ପର୍କରେ ଥିଲେ । ଅମରିଶଙ୍କୁ ବିଜେପି ଆଗାମୀ ବିଧାନସଭାରେ ଗାଜିଆବାଦର କୌଣସି ଏକ ଆସନରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଏ ନେଇ ଦଳ ପକ୍ଷରୁ କିଛି କୁହାଯାଇନାହିଁ ।
Powered by Froala Editor