ଆଇଟିଡିସି ଅଧ୍ୟକ୍ଷ ହେଲେ ସମ୍ବିତ ପାତ୍ର

ଭୁବନେଶ୍ୱର: ବିଜେପି ଜାତୀୟ ମୁଖପାତ୍ର ତଥା ପୁରୀରୁ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ଭାରତୀୟ ପର୍ୟ୍ୟଟନ ଉନ୍ନୟନ ନିଗମ(ଆଇଟିଡିସି) ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। କେନ୍ଦ୍ର ସରକାରଙ୍କ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ଶ୍ରୀ ପାତ୍ରଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି।
ସୂଚନା ଅନୁସାରେ, ଶ୍ରୀ ପାତ୍ରଙ୍କୁ ଭାରତୀୟ ପର୍ୟ୍ୟଟନ ଉନ୍ନୟନ ନିଗମର ପାର୍ଟ ଟାଇମ୍ ଅଣକାର୍ୟ୍ୟକାରୀ ନିର୍ଦ୍ଦେଶକ ଓ ଆଇଟିଡିସି ଅଧ୍ୟକ୍ଷ ଭାବେ ୩ବର୍ଷ ପାଇଁ ନିଯୁକ୍ତି ମିଳିଛି। ସେ ଦାୟିତ୍ୱ ନେବାଠୁ ୩ବର୍ଷ ଅବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ। ଶ୍ରୀ ପାତ୍ରଙ୍କ ସମେତ କେରଳ କ୍ୟାଡ଼ରର ୧୯୯୦ ବ୍ୟାଚ୍ ଆଇଏଏସ୍ ଜିକେଭି ରାଓଙ୍କୁ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି।
ଉଲ୍ଲେଖଯୋଗ୍ୟ, ବିଜେପି ମୁଖପାତ୍ର ଶ୍ରୀ ପାତ୍ର ୨୦୧୭ ମସିହାରେ ଓଏନଜିସି ଲିମିଟେଡ ବୋର୍ଡରେ ନିର୍ଦ୍ଦେଶକ ଭାବେ କାର୍ୟ୍ୟ କରିଥିଲେ। ସେ ୨୦୧୯ ଲୋକସଭା ନିର୍ବାଚନରେ ପୁରୀରୁ ବିଜେପିର ସାଂସଦ ପ୍ରାର୍ଥୀ ଭାବେ ଲଢ଼ି ସ୍ୱଳ୍ପ ବ୍ୟବଧାନରେ ପରାଜିତ ହୋଇଥିଲେ।
Powered by Froala Editor