ଦିନ ଦ୍ୱିପହରରେ କଲେଜ ଛାତ୍ରୀଙ୍କୁ ଅପହରଣ
ନୟାଗଡ଼: ଦିନ ଦ୍ୱିପହରରେ କଲେଜ ଛାତ୍ରୀଙ୍କୁ ଅପହରଣ । ଜଣେ ନୁହେଁ, ଏକାବେଳେ ଦୁଇ ଜଣ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ସବୁଠାରୁ ବଡ଼ କଥାହେଲା ଯେ, ସମ୍ପୃକ୍ତ ଦୁଇ ଛାତ୍ରୀଙ୍କୁ କଲେଜ ସାମନାରୁ ଅପହରଣ କରାଯାଇଛି । ଗଣିଆ କଲେଜ ସାମନାରୁ ଦୁଇ ଜଣ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଆଜି କଲେଜ ସାରି ଉଭୟ ଛାତ୍ରୀ ସାଇକେଲରୁ ଘରକୁ ଫେରୁଥିଲେ ।
ତେବେ ଏହି ସମୟରେ ଏକ ନମ୍ବର ବିହୀନ କାରରେ ଆସି ଦୁର୍ବୃତ୍ତମାନେ ସେମାନଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ତେବେ ଦୀର୍ଘ ସମୟ ବିତି ଯାଇଥିଲେ ମଧ୍ୟ ଛାତ୍ରୀ ଦ୍ୱୟଙ୍କ କୌଣସି ପତ୍ତା ମିଳିପାରିନାହିଁ । ଏହାର ପ୍ରତିବାଦ କରି କଲେଜ ଛାତ୍ରଛାତ୍ରୀମାନେ ଗଣିଆ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି
Powered by Froala Editor