ମଦ ପିଇବେନି ସରକାରୀ କର୍ମଚାରୀ, ୨୬ରେ ଶପଥ ଗ୍ରହଣ
ପାଟନା: ବିହାର ସରକାରଙ୍କ ସବୁ କର୍ମଚାରୀ ମଦ ନ ପିଇବା ପାଇଁ ଆସନ୍ତା ୨୬ ତାରିଖରେ ଶପଥ ଗ୍ରହଣ କରିବେ । ମଦ ନିଷିଦ୍ଧ ଦିବସ ପରିପ୍ରେକ୍ଷୀରେ ଏହା କରାଯିବ । ମଦ ବିକି୍ର କରିବେ ନାହିଁ କିମ୍ବା ପିଇବେ ନାହିଁ ବୋଲି କର୍ମଚାରୀ ଓ ଲୋକମାନେ ଶପଥ ନେବେ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଘୋଷଣା କରିଛନ୍ତି । ରାଜ୍ୟରେ ମଦ ନିଷେଧକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉଛି । ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କହିଛନ୍ତି ।
Powered by Froala Editor