ବର୍ଷା ଯୋଗୁଁ ବଢିଲା ଟମାଟୋ ଦର : କେଜି ୧୫୦ ପହଞ୍ଚିଲାଣି
କିଛି ଦିନ ହେଲା ବଜାରରେ ଟମାଟୋ ଦର ବଢିବଢି ଚାଲିଛି। କେତେବେଳେ କେଜି ପିଛା ଦର ଶହେ ପାର କରି ଦେଢ ଶହରେ ପହଞ୍ଚିଲାଣି ଖାଉଟି ବି ଜାଣି ନାହାନ୍ତି।
ଦେଶର ଅନେକ ରାଜ୍ୟରେ ଅଦିନିଆ ବର୍ଷା ଟମାଟୋ ଦର ବିଗାଡି ଦେଇଛି। କିଛି ଦିନ ପୂର୍ବରୁ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦକ୍ଷିଣ ଭାରତୀୟ ରାଜ୍ୟରେ ବିତ୍ପାତ ରଚିଥିଲା। ଫଳରେ ଚାଷ ବୁଡ଼ି ଯାଇଥିବା ବେଳେ ବଜାରରେ ଟମାଟୋର ଦର ଆକାଶ ଛୁଆଁ ହେଉଛି। ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକା ଓ ତାମିଲନାଡୁରେ ବର୍ଷା ବିତ୍ପାତ୍ତ ଯୋଗୁ ଟମାଟୋ କେଜି ପିଛା ୧୦୦ ଟଙ୍କାରୁ ଅଧିକ ଦାମରେ ବିକ୍ରି ହେଉଛି। ଚେନ୍ନାଇ ସ୍ଥିତି ସବୁଠାରୁ ଅଧିକ ଖରାପ ରହିଛି। ଚଳିତ ମାସରେ ଚେନ୍ନାଇରେ ଟମାଟୋର ଦାମ ୪୦ ଟଙ୍କା ଥିଲା। ହେଲେ ଏବେ ଏହା ୧୪୦ ଟଙ୍କାରେ ପହଞ୍ଚି ଯାଇଛି। କେବଳ ଟମାଟୋ ନୁହେଁ କ୍ୟାପସିକମ ଓ ପିଆଜ ଭଳି ସାମଗ୍ରୀର ଦାମ ମଧ୍ୟ ହଠାତ୍ ବୃଦ୍ଧି ପାଇଛି।
ଦିଲ୍ଲୀ ପରିବା ମଣ୍ଡିମାନଙ୍କରେ ଟମାଟୋ ପାଇକାରୀ ଦର କେଜି ପ୍ରତି ୧୨୦ ଟଙ୍କାରେ ବିକ୍ରି ହେଉଛି। ଏଣୁ ଖୁଚୁରା ଦର ସେହି ଅନୁସାରେ ୧୫୦ରୁ ୧୭୦ ଟଙ୍କାକୁ ପହଞ୍ଚିଛି। ସାଧାରଣତଃ ଶୀତଋତୁ ବେଳକୁ ଦେଶରେ ଟମାଟୋ ଦର ହ୍ରାସ ହୋଇଥାଏ। ହେଲେ ଏଥର ବିପରୀତ ପରିସ୍ଥିତି ଉପୁଜିଛି।
Powered by Froala Editor