ପ୍ରେମର ଛୋଟ ତାଜମହଲ ଗଢିଲେ ଏହି ବ୍ୟକ୍ତି
ପ୍ରେମର ଆଉ ଏକ ତାଜମହଲ ଗଢିଛନ୍ତି ମଧ୍ୟପ୍ରଦେଶର ଆନନ୍ଦ ଚୋକ୍ସି ନାମକ ଜଣେ ବ୍ୟକ୍ତି । ତାଙ୍କ ପତ୍ନୀଙ୍କ ପାଇଁ ତାଜମହଲ ଭଳି ଏକ ଘର ତିଆରି କରିଛନ୍ତି । ଏହା ଉପରେ ୨୯ ଫୁଟ ଉଚ୍ଚତାର ଗମ୍ବୁଜ ମଧ୍ୟ ରହିଛି । ଏହାର ଚଟାଣ ରାଜସ୍ଥାନରୁ ସ୍ୱତନ୍ତ୍ର ଭାବରେ ଅଣାଯାଇଥିବା ‘ମକରାନା’ରେ ତିଆରି ହୋଇଥିବାବେଳେ ଘରର ଆସବାବପତ୍ରକୁ ମୁମ୍ବଇର କାରିଗରମାନଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବରେ ଡିଜାଇନ କରାଯାଇଛି । ଦୂରରୁ ଦେଖିବାକୁ ଏହା ଏକ ଛୋଟ ତାଜମହଲ ଭଳି ।
ତାଙ୍କର ଏହି ସୌଧରେ ୪ଟି ଶୋଇବା ଘର, ଏକ ବଡ ହଲ୍, ପାଠାଗାର ଏବଂ ଏକ ଧ୍ୟାନ ପ୍ରକୋଷ୍ଠ ରହିଛି । ଏହାର ଚମତ୍କାର ଆଲୋକିକରଣ ପାଇଁ ତାଜହମଲ ଭଳି ଅନ୍ଧାରରେ ମଧ୍ୟ ଏହି ସୌଧ ଝଲମଲ କରୁଛି । ୨୦୧୮ରୁ ନିର୍ମାଣ ଆରମ୍ଭ ହୋଇଥିବା ଏହି ମହଲ କାମ ନିକଟରେ ଶେଷ ହୋଇଛି । ଏକ ରିପୋର୍ଟ ଅନୁଯାୟୀ ଏହି ଘରର ଡିଜାଇନ କରିଥିବା ଇଞ୍ଜିନିୟରଙ୍କୁ ପ୍ରଥମେ ତାଜମହଲ ଯାଇ ସବୁକିଛି ଟିକିନିଖି ନିରୀକ୍ଷଣ କରିବାକୁ ପଡିଥିଲା । ଘରର ଭିତର ପାଶ୍ୱର୍ ନିର୍ମାଣ କରିବାକୁ ସେ ବେଙ୍ଗଲ ଏବଂ ଇନ୍ଦୋରସ୍ଥିତ କାରିଗରମାନଙ୍କର ସହାୟତା ନେଇଥିଲେ ।
Powered by Froala Editor