୧ ଘଣ୍ଟା ୨୫ ମିନିଟ୍ ପାଇଁ ରାଷ୍ଟ୍ରପତି ଦାୟିତ୍ୱ ତୁଲାଇଲେ କମଳା ହାରିସ
ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ ଦେଶର ରାଷ୍ଟ୍ରପତି କ୍ଷମତା ପ୍ରାପ୍ତ କରିବାରେ ପ୍ରଥମ ମହିଳା ହୋଇଛନ୍ତି । ପ୍ରଥମ ଦକ୍ଷିଣ ଏସିୟ ବଂଶୋଭବ ତଥା ପ୍ରଥମ ମହିଳା ଭାବେ ୧ ଘଣ୍ଟା ୨୫ ମିନିଟ୍ ପାଇଁ ତୁଲାଇଛନ୍ତି ରାଷ୍ଟ୍ରପତି ଦାୟିତ୍ୱ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସମୟାନ୍ତର କଲୋନୋସ୍କୋପି ନିମନ୍ତେ ନିଶ୍ଚେତକ ଚିକିତ୍ସା କରାଯିବା ସମୟରେ କମଳା ହାରିସଙ୍କୁ ଏହି କ୍ଷମତା ହସ୍ତାନ୍ତର କରାଯାଇଛି ।
ହ୍ୱାଇଟ୍ ହାଉସ୍ ପକ୍ଷରୁ ଏନେଇ ଶୁକ୍ରବାର ବିଧିବଦ୍ଧ ସୂଚନା ଦିଆଯାଇଥିଲା। ଏହି ସମୟରେ ହାରିସ ନିଜ ୱେଷ୍ଟ ୱିଙ୍ଗ ଅଫିସରେ ରହି ହ୍ୱାଇଟ ହାଉସକୁ ପରିଚାଳନା କରିଥିବା ହ୍ୱାଇଟ ହାଉସ୍ର ପ୍ରେସ ସଚିବ ଜେନ୍ ସାକି କହିଥିଲେ। ସମୁଦାୟ ୧ ଘଣ୍ଚା ୨୫ ମିନିଟ୍ ପାଇଁ ରାଷ୍ଟ୍ରପତି ଭାର ଗ୍ରହଣ କରିଥିଲେ କମଲା । ଏହି ସମୟରେ ସେ ସରକାରଙ୍କୁ ନିୟନ୍ତ୍ରଣ କରିବା ସହ ସୈନ୍ୟ ବାହିନୀ ଏବଂ ପରମାଣୁ ଅସ୍ତ୍ର ଆଦି ସମସ୍ତ ଦାୟିତ୍ୱରେ ମଧ୍ୟ ଥିଲେ ।
ଫଳରେ କମଳା ହାରିସ ପ୍ରଥମ ମହିଳା, ପ୍ରଥମ କୃଷ୍ଣକାୟ ଏବଂ ପ୍ରଥମ ଦକ୍ଷିଣ ଏସୀୟ ଉପରାଷ୍ଟ୍ରପତି ଭାବରେ ଆମେରିକାର ରାଷ୍ଟ୍ରପତି କ୍ଷମତା ହାସଲ କରି ରେକର୍ଡ ପ୍ରତିଷ୍ଠା କରିଛନ୍ତି । ପୂର୍ବରୁ ୨୦୦୨ ଓ ୨୦୦୭ ମସିହାରେ ଜର୍ଜ ଡବ୍ଲ୍ୟୁ ବୁଶ ରାଷ୍ଟ୍ରପତି ଥିବା ସମୟରେ ଏହିପରି କ୍ଷମତା ହସ୍ତାନ୍ତର କରିଥିଲେ। ସେ ମେଡିକାଲ ଚେକଅପ୍ ପାଇଁ ଯିବା ସମୟରେ ନିୟମ ଅନୁସାରେ ଉପରାଷ୍ଟ୍ରପତିଙ୍କୁ କ୍ଷମତା ହସ୍ତାନ୍ତର କରିଥିଲେ।
Powered by Froala Editor