ବାହାଘର ବେଳେ ଟଙ୍କାଟିଏ ଦେଇନାହାନ୍ତି ନିଖିଲଙ୍କ ପରିବାର : ନୁସରତ

ବିବାହ ଓ ବିଚ୍ଛେଦକୁ ନେଇ ବିବାଦରେ ଥିବା ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାନ ମୁହଁ ଖୋଲିଛନ୍ତି। ଦୀର୍ଘ ଦିନ ଧରି ତାଙ୍କ ପର୍ସନାଲ ଲାଇଫ ସହ ଜଡିତ କିଛି ବିବାଦରେ ଛନ୍ଦି ହୋଇଥିଲେ । ଶେଷରେ ନୁସରତ ମୁହଁ ଖୋଲିଛନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ପ୍ରଶ୍ନ ଉଠିଥିବା ବେଳେ ସେ ଏ ସମ୍ପର୍କରେ ନିଜର ମନ୍ତବ୍ୟ ଦେଇଛନ୍ତି ।
ନୁସରତ କହିଛନ୍ତି ଯେ “ନିଖିଲ ଓ ତାଙ୍କ ପରିବାର ମୋ ବାହାଘର ପାଇଁ ଟଙ୍କା ଦେଇ ନାହାନ୍ତି। ହୋଟେଲ ବିଲ୍ ବାବଦରେ ମଧ୍ୟ ଟଙ୍କାଟିଏ ମିଳିନି। ଏଥିସହ ନିଖିଲଙ୍କ ପାଖରେ ତାଙ୍କ ସୁନା ଅଳଙ୍କାର ଓ ଟଙ୍କା ସବୁ ରହିଛି ଏହା ସହ ବିବାହ ପାଇଁ ଟଙ୍କା ମଧ୍ୟ ଦେଇ ନଥିଲେ। ମୁଁ ସେମାନଙ୍କୁ କିଛି ବି କହିବାକୁ ଚାହୁଁନି। ମୋତେ ଭୁଲ ଭାବେ ଚିତ୍ରଣ କରାଗଲା ଓ ମୁଁ ଏହା ଉପରେ ସ୍ପଷ୍ଟୀକରଣ ଦେଉଛି। ଅନ୍ୟକୁ ଦୋଷ ଦେବା ଓ ଖରାପ ଭାବେ ଉପସ୍ଥାପନ କରିବା ବେଶ ସହଜ। ପୂରା ବିବାଦ ମଧ୍ୟରେ ମୁଁ କାହାକୁ ବି ନିଚ୍ଚା କରି ଦେଖାଇ ନାହିଁ ବୋଲି କହିଛନ୍ତି ନୁସରତ ।” ନୁସରତ ରାଜନୀତି ବିଷୟରେ ମଧ୍ୟ ନିଜର ମତ ରଖିଛନ୍ତି। ଏଥିସହ ସେ ସଂସଦର ଶୀତ ଅଧିବେଶନରେ ଯୋଗଦେବେ ବୋଲି ମଧ୍ୟ କହିଛନ୍ତି।
୨୦୧୯ ମସିହା ଜୁନ୍ ୧୯ରେ ନୁସରତ ବ୍ୟବସାୟୀ ନିଖିଲ ଜୈନଙ୍କୁ ପ୍ରେମ ବିବାହ କରିଥିଲେ କିନ୍ତୁ ୨୦୨୦ ନଭେମ୍ବର ଠାରୁ ଉଭୟ ଅଲଗା ହୋଇଯାଇଥିଲେ। ତେବେ ତୁର୍କୀ ଆଇନ ଅନୁସାରେ ତାଙ୍କର ବିବାହ ହୋଇଥିବାରୁ ଭାରତରେ ଏହା ବୈଧ ନୁହେଁ। ତେଣୁ ଛାଡ଼ପତ୍ରର ପ୍ରଶ୍ନ ଉଠୁନି। ଉଭୟ ଆପେ ଆପେ ଅଲଗା ହୋଇଯାଇଥିଲେ। ପରେ ନୁସରତ ଗୋଟିଏ ପୁତ୍ରକୁ ଜନ୍ମ ଦେଇଥିଲେ। ପୁଅ ଜନ୍ମ ପଞ୍ଜିକରଣ ବେଳେ ନୁସରତ ତାଙ୍କ ସ୍ୱାମୀ ଭାବେ ୟଶ ଦାସଗୁପ୍ତାଙ୍କ ନାଁ ଲେଖିଛନ୍ତି।
Powered by Froala Editor