କେଉଁଠୁ ଆସିଲା ସରକାରୀ ବାବୁଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି
ଭୁବନେଶ୍ୱର: ଆଜି ସକାଳୁ ଭିଜିଲାନ୍ସ ଜାଲରେ ଫସିଛନ୍ତି ଓଡିଶା ରାଜ୍ୟ ପୁଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ଲିମିଟେଡ଼ର ଡେପୁଟି ମ୍ୟାନେଜର ପ୍ରତାପ ସାମଲ । ତାଙ୍କ ଘରେ ଆଜି ସକାଳୁ ସକାଳୁ ରେଡ଼ କରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଲିସ ବିଭାଗର ଏହି ଅଧିକାରୀଙ୍କ ଘରେ ଚାଲିଛି ରେଡ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରତାପଙ୍କ ଭୁବନେଶ୍ୱରସ୍ଥିତ ବାସଭବନ ସମେତ ୧୨ଟି ସ୍ଥାନରେ ଚାଲିଛି ଏକକାଳୀନ ରେଡ୍ ।
ଭୁବନେଶ୍ୱର ଜୟଦେବବିହାର ସ୍ଥିତ ୬ ତାଲା ବିଶିଷ୍ଟ ଘରେ ରେଡ୍ ସହ ଖଣ୍ଡଗିରିସ୍ଥିତ ଭଡ଼ା ଘର, ଜୟଦେବବିହାରସ୍ଥିତ ନରେନ୍ଦ୍ର ଭିଲ୍ଲା, ଭଦ୍ରକ ବାଲିସାହିର ୩ ତାଲା ବିଲ୍ଡିଂ, ବାଲେଶ୍ୱର ସିମୁଳିଆସ୍ଥିତ ନିଜ ଘର, ସିମୁଳିଆ ହରିପୁରର ସମ୍ପର୍କୀୟଙ୍କ ଘର ଓ ଓପିଏଚଡବ୍ଲୁସି କାର୍ଯ୍ୟାଳୟରେ ଚାଲିଛି ରେଡ୍ । ପ୍ରତାପଙ୍କର ବାସୁଦେବପୁରର ସିନେମା ହଲ ରୋଡ଼ ବାଲି କଲୋନୀରେ ଚାରିତାଲା ବିଶିଷ୍ଟ ନିଜସ୍ୱ ଆପାର୍ଟମେଣ୍ଟରେ ମଧ୍ୟ ରେଡ ଚାଲିଛି । ସକାଳୁ ୧୦ଟି ଜାଗାରେ ଚଢାଉ ଚାଲିଥିବାବେଳେ ଆଉ ଦୁଇଟି ଜାଗା ବିଷୟରେ ସୂଚନା ମିଳିଥିଲା । ତାଙ୍କ ପତ୍ନୀଙ୍କ ନାଁ’ରେ ଥିବା ବିଲ୍ଡିଂର ମୂଲ୍ୟ ତିନି କୋଟି ଟଙ୍କା ହୋଇଥିବା ଜଣା ପଡିଛି ।
ଏହାସହିତ ଆଇ ଆର-ସି ଭିଲେଜ ଘର ରେଡ୍ ସମୟରେ ପ୍ରତାପ ପାଖ ଘର ଛାତକୁ ଏକ ଟଙ୍କା ବୋଝେଇ ପେଟି ଫୋପାଡି ଦେଇଥିଲେ । ଏହାକୁ ସନେ୍ଦହ କରି ଭିଜିଲାନ୍ସ ସେହି ଟଙ୍କା ପେଟିକୁ ଜବତ କରିଥିଲା ଓ ସେଥିରେ ୨୦ଲକ୍ଷ ଟଙ୍କା ରହିଥିବା ଜଣରାପଡିଛି । ଏହାପରେ ଘରୁ ୧୮ଲକ୍ଷ ଟଙ୍କା ନଗଦ ଟଙ୍କା ଜବତ ହୋଇଥିଲା । ତେବେ ଏତେ ଟଙ୍କା ସେ କେଉଁଠୁ ଆଣିଲେ ଓ ଏହା ପଛରେ ଆଉ କାହାର ହାତ ରହିଛି କି? ଏହା ସନେ୍ଦହ ଘେରରେ ରହିଛି ।
Powered by Froala Editor