ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଳାହାଣ୍ଡିରେ ବିଜେପି-କଂଗ୍ରେସ କର୍ମୀ ଅଟକ
ଭବାନୀପାଟଣା: ମମିତା ମେହେର ହତ୍ୟା ଘଟଣାକୁ ନେଇ ସରଗରମ ରାଜନୀତି । ନ୍ୟାୟ ଦାବିରେ ଅଡି ବସିଛନ୍ତି ବିରୋଧି ବିଜେପି ଓ କଂଗ୍ରେସ । ଏନେଇ ପ୍ରତିଦିନ ଶୁଭୁଛି ପ୍ରତିବାଦର ସ୍ବର । ଏହାରି ମଧ୍ୟରେ ସ୍ମାର୍ଟ କାର୍ଡ ବଣ୍ଟନ ନେଇ ଆଜି କଳାହାଣ୍ଡି ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ବିରୋଧ କରି ପ୍ରତିବାଦ କରିଛି ବିଜେଡି ଓ କଂଗ୍ରେସ । ତେବେ ଗସ୍ତ ପୂର୍ବରୁ ହିଁ ବିରୋଧୀ କଂଗ୍ରେସ ଓ ବିଜେପି କର୍ମୀ କଳାପତାକା ଧରି ମୁଖ୍ୟମନ୍ତ୍ରୀଙ୍କ ସଭା ଆଡକୁ ଯାଉଥିବା ସମୟରେ ପୋଲିସ ବିଜେପି ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ । ଏହି ଘଟଣାରେ ୧୨ ଜଣ ବିଜେପି ଓ ୪ ଜଣ କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ବିରୋଧ କରି ଆଜି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ଜନତା କର୍ଫ୍ୟୁ ପାଇଁ ଜନ ସାଧାରଣଙ୍କୁ ଆହ୍ଵାନ କରିଥିବା ବେଳେ ବିଜେପି ସାଂସଦ ବସନ୍ତ ପଣ୍ଡା ମୁଖ୍ୟ ମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବର୍ଜନ କରିଛନ୍ତି ।
Powered by Froala Editor