ଡ୍ରୋନ୍ ରେ ପରିବହନ ହେବ ଟିକା
କରୋନା ମହାମାରୀ ସମୟରେ ଭ୍ୟାକସିନ୍ ସପ୍ଲାଇ ପାଇଁ ଅସୁବିଧା ହେଉଛି। ପରିବହନରେ ସମସ୍ୟାକୁ ଦେଖି ସରକାର ଏବେ ବିକଳ୍ପ ଚିନ୍ତା କରୁଛନ୍ତି। ଏହାରି ଭିତରେ ଡ୍ରୋନ ଦ୍ୱାରା ବିଭିନ୍ନ ସ୍ଥାନରେ କରୋନା ଟିକା ପହଞ୍ଚାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ଭାରତ ସରକାର। ଏହାର ପରୀକ୍ଷା ନୀରିକ୍ଷା କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଆଇସିଏମଆରକୁ ଅନୁମତି ଦେଇଛି।
ଏବେ ଆଇସିଏମଆର ଆଇଆଇଟି କାନପୁର ସହ ମିଶି ଡ୍ରୋନ୍ ଦ୍ୱାରା କେମିତି ଟିକାର ପରିବହନ କରାଯିବ, ତା’ର ପରୀକ୍ଷା କରିବ। ଯଦି ପରୀକ୍ଷାରେ ସବୁ କିଛି ଠିକ୍ ଠାକ ରହିବ, ତା’ହେଲେ ଖୁବଶୀଘ୍ର ଡ୍ରୋନରେ ଟିକାର ପରିବହନ ଆରମ୍ଭ କରାଯିବ।
ମନ୍ତ୍ରଣାଳୟ କହିଛି ଯେ, Unmanned Aircraft System ନିୟମ ୨୦୨୧ରେ ସର୍ତ୍ତମୂଳକ କୋହଳ ଅନୁମତି ଦିଆଯାଇଛି। ଏହାଦ୍ୱାରା କରୋନା ଟିକା ପରିବହନ ପାଇଁ ଡ୍ରୋନ୍ର ବ୍ୟବହାରର ପରୀକ୍ଷା କରାଯାଇପାରିବ। ପରୀକ୍ଷା କରିବା ପାଇଁ ଦିଆଯାଇଥିବା ଅନୁମତି ଗୋଟିଏ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହା ବଳବତ୍ତର ରହିବ।
ମନ୍ତ୍ରଣାଳୟ ଅନୁମତି ଦେଇଥିବାରୁ ଆଇସିଏମଆର୍ର ସ୍ୱତନ୍ତ୍ର ଟିମ୍ ଆଇଆଇଟି କାନପୁରର ଅଧିକାରୀଙ୍କ ସହ ଆଲୋଚନା କରିବେ। ଏହାପରେ ଉଭୟ ମିଳିତ ଭାବେ ପରୀକ୍ଷା ଆରମ୍ଭ କରିବେ।
Powered by Froala Editor