ଚଢ଼େଇ ବସାରେ ମାସ୍କ ! ଏପରି ଯୋଗାଡ ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ
ଚଢ଼େଇ ବସାରେ ମାସ୍କ । ଏପରି ଯୋଗାଡ ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେଲେଙ୍ଗାନାରେ ଜଣେ ବୃଦ୍ଧ ପେନସନ ଟଙ୍କା ଆଣିବାକୁ ଯାଇଥିବାବେଳେ ଏହି ଚଢ଼େଇ ବସାରେ ତିଆରି ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ହେଲେ ଏହା ସେ କୌଣସି ମଜା କରିବାକୁ ପିନ୍ଧିନଥିଲେ । ବରଂ ସରକାରଙ୍କ ଫାଇନ ଭୟରେ ପିନ୍ଧିବାକୁ ବାଧ୍ୟ ହୋଇଥିଲେ । ତାଙ୍କ ପାଖରେ ମାସ୍କ କିଣିବାକୁ ପଇସା ନଥିବାରୁ ସେ ଏପରି କରିଥିବା କହିଥିଲେ ।
ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିଲେ କେନ୍ଦ୍ର ସରକାର। ରାଜ୍ୟ ସରକାରମାନେ ମଧ୍ୟ ନିୟମକୁ କଡ଼ାକଡ଼ି ପାଳନ କରୁଛନ୍ତି। ଉଲ୍ଲଂଘନ କଲେ ୧୦୦୦ ଟଙ୍କା ଫାଇନ୍ ପଡ଼ିବାର ବି ନିୟମ ରହିଛି। ହେଲେ ତେଲେଙ୍ଗାନା ମେହବୁବନଗର ଜିଲ୍ଲା ଚିନ୍ନାମୁନୁଗଲ ଚାଡର ମେଷପାଳକ ମେକାଲା କୁରମୟା ମାସ୍କ କିଣି ନପାରିବାରୁ ଏମିତି ଯୋଗାଡ କରିଥିଲେ ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି। ମାସ୍କ କିଣିବାକୁ ତାଙ୍କ ପାଖରେ ପଇସା ନଥିଲା। ଏପଟେ ମାସ୍କ ନପିନ୍ଧିଲେ ସରକାର ଫାଇନ୍ କରିଦେବେ। ତେଣୁ ଚଢ଼େଇ ବସାକୁ ମୁହଁରେ ବାନ୍ଧି ପେନ୍ସନ୍ ଆଣିବାକୁ ମଣ୍ଡଳ ଅଫିସ୍ ପହଞ୍ଚିଥିଲେ କୁରମୟା। ଏହାପରେ କେହି ଜଣେ ବ୍ୟକ୍ତି ତାଙ୍କର ଫଟୋ ଉଠାଥିଲେ। କୁରମୟାଙ୍କ ଫଟୋ ଏବେ ଖୁବ୍ ଭାଇରାଲ୍ ହେଉଛି।
Powered by Froala Editor