ଦିବ୍ୟଶଙ୍କର ମିଶ୍ରଙ୍କୁ ଅଣ୍ଡାମାଡ଼

କଳାହଳାଣ୍ଡି: ମମିତା ମେହେରଙ୍କୁ ନ୍ୟାୟ ଦାବିରେ ବଢିବାରେ ଲାଗିଛି ଅସନ୍ତୋଷ। କୁହୁଳିବାରେ ଲାଗିଛି ରାଜନୈତିକ ଆକ୍ରୋଷ। ରାଜ୍ୟରେ ଜୋର ଧରିବାରେ ଲାଗିଛି ମମିତା ନିଆଁ । ସେପଟେ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଅଣ୍ଡାମାଡ଼ ହୋଇଛି । ନିଜ ନିର୍ବାଚନମଣ୍ଡଳୀ ଜୁନାଗଡ଼ରେ ମନ୍ତ୍ରୀଙ୍କୁ ଅଣ୍ଡାମାଡ଼ ହୋଇଛି । ମମିତା ହତ୍ୟା ପଛରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗରେ ତାତିଛନ୍ତି ଲୋକମାନେ । ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ସମୀକ୍ଷା କରିବାବେଳେ ଏହି ଅଣ୍ଡାମାଡ଼ ହୋଇଛି ।
ମମିତା ମେହେରଙ୍କୁ ନ୍ୟାୟ ଦେବା ଦାବିରେ ବିଜେପି, କଂଗ୍ରେସ ଏବ ବିଭିନ୍ନ ସଂଙ୍ଗଠନ ରକ୍ତମୁଖା ହୋଇଉଠିଛି। ଏହାର ପ୍ରତିବାଦରେ ଚକ୍କା ଜାମ୍ ସହ ଥାନା ଘେରାଉ କରୁଛନ୍ତି ଆନ୍ଦୋଳନକାରୀ। ମମିତା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ସହ ଏଥିରେ ସାମିଲ ଥିବା ମନ୍ତ୍ରୀ ଦିବ୍ୟଶଙ୍କର ଇସ୍ତଫା ଦାବିକରୁଛି ବିଭିନ୍ନ ରାଜନୈତିକ ଦଳ।
ସେହିପରି ଆଜି ମମିତା ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଓ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଦାବୀରେ ନୀଳଗିରି ବିଜେପି ପକ୍ଷରୁ ନୀଳଗିରି ଥାନା ଘେରାଉ କରାଯାଇଛି। ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଅଛନ୍ତି।
Powered by Froala Editor