ଦାନା ବାନ୍ଧୁଛି ଲଘୁଚାପ, ଏହି ଜିଲ୍ଲାରେ ହେବ ବର୍ଷା
ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପସାଗରରେ ଗୋଟିଏ ପରେ ଗୋଟିଏ ଲଘୁଚାପ ଦାନା ବାନ୍ଧୁଛି । ଆସନ୍ତା ୧୫ ତାରିଖ ସୁଦ୍ଧା ତିନୋଟି ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ମୁଖ୍ୟତଃ ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶରେ ଭାରି ବର୍ଷା ହେବ ।
ସୂଚନାନୁଯାୟୀ , ବର୍ତ୍ତମାନ ଦକ୍ଷିଣ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ ଥିବାବେଳେ ଆଉ ୨ଟି ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହାର ପ୍ରଭାବରେ ଓଡ଼ିଶାରେ ପାଗ ମେଘୁଆ ରହିବା ସହ କେତେକ ଜାଗାରେ ହାଲୁକା ବର୍ଷା ହେବା ନେଇ କେବଳ ଜିଏଫ୍ଏସ୍ ମଡେଲ ପୂର୍ବାନୁମାନ କରିଛି ।ରବିବାରଠୁ ୭ ତାରିଖ ପର୍ୟ୍ୟନ୍ତ ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଜିଲ୍ଲାରେ ୫୦ରୁ ୮୦ ମିମି ବର୍ଷା ହୋଇପାରେ । ୮ରୁ ୧୫ ତାରିଖ ଭିତରେ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ କିଛି ବର୍ଷା ସମ୍ଭାବନା ଅଛି ।
Powered by Froala Editor