ରାଜ୍ୟ ସରକାରଙ୍କ ଭୁଲ ପାଇଁ ପରିବା ଦର ଆକାଶ ଛୁଆଁ :ନିରଞ୍ଜନ
ଭୁବନେଶ୍ୱର: ଦରଦାମ ବୃଦ୍ଧିକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ପ୍ରତିବାଦ ପ୍ରସଙ୍ଗ । ଏହା ଉପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବିଜେଡି ପରିବା ଦରକୁ ନେଇ ପ୍ରତିବାଦ କରିବା ଏକ ହାସ୍ୟାସ୍ପଦ କଥା। ଏ ପ୍ରତିବାଦ ବିଜେଡି କେବଳ ରାଜନୈତିକ ଫାଇଦା ପାଇଁ କରୁଛି ।
ବିଜେଡି ପ୍ରଥମେ ସ୍ପଷ୍ଟ କରିବାର ଅଛି ସେ ୨୧ ବର୍ଷ ଭିତରେ କେତୋଟି ଶୀତଳ ଭଣ୍ଡାର ନିର୍ମାଣ କରିଛି । ଆଉ ଯଦି ବି କୋଲ ଷ୍ଟୋରେଜ୍ ନିର୍ମାଣ କରିଛି କେତୋଟି କାମ କରୁଛି ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଭୁଲ ପାଇଁ ଆଜି ରାଜ୍ୟରେ ପରିବା ଦର ଆକାଶ ଛୁଆଁ ହୋଇଛି ।
ଏହାସହ ବଜେଡି ଲୋକଙ୍କୁ ଭୁଆଁ ବୁଲଉଛି । ତେବେ କଂଗ୍ରେସ ଦର ଦାମ ବୃଦ୍ଧିକୁ ନେଇ ସବୁବେଳେ ପ୍ରତିବାଦ କରି ଆସିଛି । ଆଉ ଆଗକୁ ମଧ୍ୟ ପ୍ରତିବାଦ ଜାରି ରଖିବ ବୋଲି କହିଛନ୍ତି ପିସିସି ସଭାପତି । ସେପଟେ ବିଜେପି ମଧ୍ୟ ବିଜେଡିକୁ ଟାର୍ଗେଟ୍ କରିଛି ।
Powered by Froala Editor