ସ୍ମୃତି ହଟାଉଛନ୍ତି ସାମନ୍ଥା: ନାଗାଙ୍କ ସବୁ ଫଟୋ ଡିଲିଟ୍ କଲେ
ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଯୋଡି ନାଗା ଚୈତନ୍ୟ ଓ ସମନ୍ଥା ବିଧିବଦ୍ଧ ଅଲଗା ହୋଇ ଯାଇଛନ୍ତି। ଉଭୟ ପରସ୍ପରର ସହମତରେ ଅଲଗା ହୋଇଛନ୍ତି । ସମନ୍ଥା ଧିରେ ଧିରେ ନାଗାଙ୍କ ସମସ୍ତ ସ୍ମୃତିକୁ ହଟାଇବାରେ ଲାଗିଛନ୍ତି । ବିବାହ ବିଚ୍ଛେଦ ହୋଇଥିବାରୁ ଆଜି ସମନ୍ଥା ଦୀର୍ଘ ୫ ବର୍ଷ ହେଲା ନାଗାଙ୍କ ସହ ଯେଉଁ ସବୁ ଫଟୋ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ, ସେସବୁକୁ ଡିଲିଟ କରି ଦେଇଛନ୍ତି। ସମନ୍ଥା ସୁବୁବେଳେ ନାଗାଙ୍କ ସହ ବିତାଉଥିବା ବିଶେଷ ମୁହୂର୍ତ୍ତର ଫଟୋକୁ ସୋଶାଲ ମିଡିଆରେ ପୋଷ୍ଟ କରୁଥିଲେ। ୫ ବର୍ଷ ଧରି ସେ ଅନେକ ରୋମାଣ୍ଟିକ ଫଟୋ ଇନଷ୍ଟାରେ ପୋଷ୍ଟ କରିଛନ୍ତି। ହେଲେ ଆଜି ନାଗାଙ୍କ ସହ ସେ ପୋଷ୍ଟ କରିଥିବା ସମସ୍ତ ଫଟୋକୁ ଡିଲିଟ କରିଦେଇଛନ୍ତି। ଏହା ପୂର୍ବରୁ ସେ ଅକ୍କିନେତି ସରନେମ ହଟାଇ ଦେଇଥିଲେ ।
ସମନ୍ଥା ନିଜସ୍ୱ ଶୈଳୀରେ ବଂଚିବା ଆରମ୍ଭ କରିଛନ୍ତି । ଚାରିଧାମ ଯାତ୍ରା ପରେ ସେ ନୂତନ ଫିଲ୍ମ ସାଇନ କରିଛନ୍ତି । ଭବିଷ୍ୟତରେ ବି ସେ ନାଗାଙ୍କ ସହ କୌଣସି ପ୍ରକାରର ସମ୍ପର୍କ ନ ରଖିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରିଥିବା ଅନୁମାନ କରାଯାଉଛି ।
Powered by Froala Editor