‘ଛିଛୋରେ’ ଶ୍ରେଷ୍ଠ ଫିଲ୍ମ, କଙ୍ଗନା ଓ ମନୋଜ ଶ୍ରେଷ୍ଠ କଳାକାର
୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସୋମବାର ପ୍ରଦାନ କରାଯାଇଛି। ୨୦୧୯ରେ ନିର୍ମିତ ଚଳଚ୍ଚିତ୍ର ପାଇଁ ଏହି ପୁରସ୍କାର ଦିଆଯାଉଛି। ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ହାତରୁ ବିଜେତାମାନଙ୍କୁ ପୁରସ୍କାର ଦିଆଯାଇଥିଲା। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ 'ଛିଛୋରେ' ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଛି। ମନୋଜ ବାଜପେୟୀ(ଭୋଂସଲେ) ଶ୍ରେଷ୍ଠ ଅଭିନେତା ପୁରସ୍କାର ଏବଂ କଙ୍ଗନା ରାନାୱତ(ପଙ୍ଗା, ମଣିକର୍ଣ୍ଣିକା) ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି। ଏଥି ସହିତ ମନୋଜ ବାଜପେୟୀଙ୍କ ସହ ଧନୁଷ(ଅସୁରନ୍) ମଧ୍ୟ ଶ୍ରେଷ୍ଠ ଅଭିନେତା ପୁରସ୍କାର ମଧ୍ୟ ପାଇଛନ୍ତି। ଏଥିରେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କୁ ପିଲ୍ମ ଜଗତର ଶ୍ରେଷ୍ଠ ସମ୍ମାନ ଦାଦା ସହେବ ଫାଲକେ ଆୱାର୍ଡରେ ସମ୍ମାନୀତ କରାଯାଇଛି । ଏହା ବ୍ୟତୀତ ଅକ୍ଷୟ କୁମାରଙ୍କ ଫିଲ୍ମ 'କେଶରୀ'ରୁ ତେରୀ ମିଟ୍ଟି ଗୀତ ପାଇଁ ପ୍ରାକ ଶ୍ରେଷ୍ଠ ପୁରୁଷ ପ୍ଲେକ ସିଙ୍ଗର ପୁରସ୍କାର ପାଇବେ।
ଶ୍ରେଷ୍ଠ ପାଶ୍ୱର୍ ଅଭିନେତା ଭାବେ ବିଜୟ ସେଥୁପତି, ଶ୍ରେଷ୍ଠ ପାଶ୍ୱର୍ ଅଭିନେତ୍ରୀ- ପଲ୍ଲବୀ ଯୋଶୀ, ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସଞ୍ଜୟ ପୁରନ୍ ସିଂହ, ଶ୍ରେଷ୍ଠ ଲିରିକ୍ ଭାବେ ପ୍ରଭା ବର୍ମା (କାଲାମ୍ବି, ତାମିଲ), ଶ୍ରେଷ୍ଠ ଓଡିଆ ଫିଲ୍ମ ଭାବେ 'କାଲିର ଅତୀତ' ଓ 'ସଲା ବୁଢାର ବଦଲା' ପୁରସ୍କାର ପାଇଛନ୍ତି।
୬୭ ତମ ଜାତୀୟ ଫିଲ୍ମ ପୁରସ୍କାରର ଜୁରି ୨୨ ମାର୍ଚ୍ଚ ୨୦୨୧ରେ ୨୦୧୯ ବର୍ଷ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛି। ମୋଷ୍ଟ ଫିଲ୍ମ ଫ୍ରେଣ୍ଡଲି ଷ୍ଟେଟ ପାଇଁ ସିକ୍କିମ ପୁରସ୍କାର ଗ୍ରହଣ କରିଛି। ଅଣଫିଚର ଫିଲ୍ମ ବର୍ଗରେ 'ଏକ ଇଞ୍ଜିନିୟର୍ ଡ୍ରିମ' ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଥିବାବେଳେ 'ମରକ୍କର-ଆରବିକ୍କାଡାଲିଣ୍ଟେ-ସିମ୍ହମ' ଶ୍ରେଷ୍ଠ ଚିଚର ଫିଲ୍ମ ପୁରସ୍କାର ପାଇଥିଲା। 'ମହର୍ଷି'କୁ ଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ ପାଇଁ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ଆନନ୍ଦୀ ଗୋପାଳଙ୍କୁ ସାମାଜିକ ପ୍ରସଙ୍ଗରେ ଶ୍ରେଷ୍ଠ ଫିଲ୍ମ ନିର୍ମାଣ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି।
Powered by Froala Editor