ଗନ ପାଉଡର ଫ୍ୟାକ୍ଟ୍ରୀରେ ବିସ୍ଫୋରଣ, ୧୬ ମୃତ
ରୁଷରେ ଥିବା ଗୋଟିଏ ଗନ ପାଉଡର ଫ୍ୟାକ୍ଟ୍ରୀରେ ଭୟଙ୍କର ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଏଯାଏ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣ ପରେ ପ୍ରଥମେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ନିଖୋଜ ଥିବା କୁହାଯାଇଥିଲା। ତେବେ ଏହାର କିଛି ଘଣ୍ଟା ପରେ ସମସ୍ତ ୯ ନିଖୋଜଙ୍କୁ ଉଦ୍ଧାରକାରୀ ଦଳ ମୃତ ଘୋଷଣା କରିଛନ୍ତି। ସ୍ଥାନୀୟ ପ୍ରଶାସନ କହିଛି ଯେ ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଜୀବିତ ଉଦ୍ଧାର କରାଯାଇ ପାରିଛି। ଏବେ ଫ୍ୟାକ୍ଟ୍ରୀରେ ଲାଗିଥିବା ନିଆଁକୁ ଲିଭା ଯିବାକୁ ଉଦ୍ୟମ ଚାଲିଛି। ଏଥିରେ ୧୭୦ ଜଣ ଜରୁରୀ କାଳୀନ କର୍ମଚାରୀ ଓ ୫୦ଟି ଗାଡ଼ି ନିୟୋଜିତ ହୋଇଛି।
ସୂଚନା ଅନୁଯାୟୀ, ଦକ୍ଷିଣପୂର୍ବ ମସ୍କୋ ଠାରୁ ୨୭୦ କିମି ଦୂରରେ ଥିବା ରାୟଜନ ପ୍ରଦେଶର ଇଲାଷ୍ଟିକ ଫ୍ୟାକ୍ଟ୍ରୀରେ ଏପରି ବିସ୍ଫୋରଣ ହୋଇଛି। ଗନ ପାଉଡର ଉତ୍ପାଦନ ବେଳେ କୌଣସି ତ୍ରୁଟି ଯୋଗୁ ଏପରି ଘଟିଥିବା କୁହାଯାଉଛି। ତଥାପି ପ୍ରଶାସନ ବିସ୍ଫୋରଣର କାରଣ ଖୋଜିବାରେ ଲାଗିଛି। ବିସ୍ଫୋରଣ ଓ ନିଆଁ ଲାଗିବା ଯୋଗୁ ଫ୍ୟାକ୍ଟ୍ରୀଟି ସଂପୂର୍ଣ୍ଣ ଧ୍ୱଂସ ପାଇଯାଇଛି।
Powered by Froala Editor