କେନ୍ଦ୍ର କର୍ମଚାରୀଙ୍କୁ ଦୀପାବଳି ଭେଟି, ୩% ବଢିଲା ମହଙ୍ଗା ଭତ୍ତା
ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ମହଙ୍ଗା ଭତ୍ତା ୩ ପ୍ରତିଶତ ବଢ଼ାଇବା ନେଇ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। କ୍ୟାବିନେଟରେ ଡିଏ’ ବୃଦ୍ଧିକୁ ନେଇ ଏକ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଏହାଦ୍ୱାରା ଏକ କୋଟିରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଉପକୃତ ହୋଇପାରିବେ।
କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ମହଙ୍ଗା ଭତ୍ତା ବୃଦ୍ଧି ଚଳିତ ବର୍ଷ ଜୁଲାଇ ୧ ରୁ କାର୍ଯ୍ୟକାରୀ ହେବ। ଏହାପୂର୍ବରୁ ଜୁଲାଇ ମାସରେ ସରକାର ମହଙ୍ଗା ଭତ୍ତାକୁ ୧୧ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିଥିଲେ। ଏହା ପରେ ଏବେ ଏହା ୩ ପ୍ରତିଶତ ବୃଦ୍ଧି ପାଇଛି। ଏହାର ଅର୍ଥ ଏବେ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ୩୧ ପ୍ରତିଶତ ଡିଏ ପାଇବେ। ମହଙ୍ଗା ଭତ୍ତା ବୃଦ୍ଧି ହେବା ସହିତ ଅନ୍ୟାନ୍ୟ ଭତ୍ତା ମଧ୍ୟ ବୃଦ୍ଧି ପାଇବ। ଏଥିରେ ଟିଏ ଏବଂ ସିଏ ମଧ୍ୟ ସାମିଲ ଅଛି। ଏଥି ସହିତ ଅବସର ପାଇଁ ପ୍ରୋଭିଡେଣ୍ଟ ପଣ୍ଡ ଏବଂ ଗ୍ରାଚ୍ୟୁଟିରେ ବୃଦ୍ଧି ହେବ।
Powered by Froala Editor