ଟ୍ରମ୍ପଙ୍କ ‘ଟ୍ରୁଥ ସୋସିଆଲ୍ ’ ଆକାଉଣ୍ଟ ହ୍ୟାକ
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଘୋଷଣା କରିଥିଲେ। ବିଭିନ୍ନ ସୋସିଆଲ ମିଡିଆ ତାଙ୍କ ଆକାଉଣ୍ଟକୁ ବ୍ୟାନ କରିବା ପରେ ‘ଟ୍ରୁଥ ସୋସିଆଲରେ କମବ୍ୟାକ୍ କରିଥିଲେ ଟ୍ରମ୍ପ । ଏହା ତାଙ୍କର ନିଜସ୍ବ ସୋସିଆଲ ମିଡିଆ ପ୍ଲାଟଫର୍ମ । ଯାହାକି ଟ୍ବିଟର ଭଳି କାମ କରିବ । ଏଥିରେ ୟୁଜର୍ସ ନିଜ ମତାମତ, ଫଟୋ ଓ ଭିଡିଓ ସେୟାର କରି ପାରିବେ ବୋଲି ସେ କହିଥିଲେ । କିନ୍ତୁ ବୁଧବାର ଘୋଷଣା ହେବାର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ଆକାଉଣ୍ଟ ହ୍ୟାକ ହୋଇଯାଇଛି ।
ଟ୍ରମ୍ପ ମିଡିଆ ଆଣ୍ଡ ଟେକନୋଲୋଜି ଗ୍ରୁପ୍ ଏବଂ ‘ଟ୍ରୁଥ ସୋସିଆଲ’ ଲଞ୍ଚ ହୋଇଥିବା ନେଇ ବୁଧବାର ଟ୍ରମ୍ପ ଘୋଷଣା କରିଥିଲେ । ନଭେମ୍ବର ମାସରୁ ଅତିଥିମାନଙ୍କୁ ଆମନ୍ତ୍ରଣ କରିବାକୁ ଥିବା ବେଳେ ୨୦୨୨ ଆରମ୍ଭରୁ ଦେଶବ୍ୟାପୀ ଏହି ଆପ୍ କାର୍ଯ୍ୟକ୍ଷମ ହୋଇଯିବ ବୋଲି ପ୍ରେସ ବିଜ୍ଞପ୍ତିରୁ ଜଣାପଡ଼ିଥିଲା। କିନ୍ତୁ ଏହା ପୂର୍ବରୁ ଲୋକମାନେ ଏକ ଲିଙ୍କ ମାଧ୍ୟମରେ ଏଥିରେ ଯୋଡ଼ି ହୋଇପାରିବେ ବୋଲି ଓ୍ବାସିଂଟନ ପୋଷ୍ଟର ରିପୋର୍ଟର ଡ୍ରିଉ ହାରଓ୍ବେଲ୍ ଟ୍ବିଟ୍ କରି ସୂଚନା ଦେଇଥିଲେ। କିନ୍ତୁ ସମୟ ପରେ ଅନ୍ୟ ଏକ ଟ୍ବିଟ୍ରେ ହାରଓ୍ବେଲ୍ ଲେଖିଛନ୍ତି, ‘ଟ୍ରୁଥ ସୋସିଆଲରେ donaldjtrump ଆକାଉଣ୍ଟ ହ୍ୟାକ ହୋଇଯାଇଛି।’ ଏହା ସହ ସେ ଏକ ଫଟୋ ସେୟାର କରଛନ୍ତି ଯାହାକି ପିନ୍ ଟୁ ଟପ୍ ହୋଇ ରହିଛି। ଏଥିରେ ଏକ ପଶୁ ମଳ କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ତାହା ପୂର୍ବତନ ରାଷ୍ଟ୍ରପତିଙ୍କ ଆକାଉଣ୍ଟ କି ନାହିଁ ସ୍ପଷ୍ଟ ହୋଇନାହିଁ।
Powered by Froala Editor