ଯଦାଦ୍ରି ମନ୍ଦିର ପାଇଁ ୧୬ ତୋଳା ସୁନା ଦାନ କରିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଯଦାଦ୍ରି ମନ୍ଦିର ପାଇଁ କେଜିଏ (୧୬ ତୋଳା )ସୁନା ଦାନ କରିବାକୁ ଘୋଷଣା କରିଛନ୍ତି। ଏହି ସୁନା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ରୁ କିଣା ଯିବ। ଏଥିସହ ଟିଆରଏସର ଜଣେ ମନ୍ତ୍ରୀ, ସାଂସଦ ଏବଂ ବିଧାୟକମାନେ ୧୪ କିଲୋଗ୍ରାମ ସୁନା ଦାନ କରିବାକୁ ଘୋଷଣା କରିଛନ୍ତି। ୧୨୫ କିଲୋଗ୍ରାମ ସୁନା ସଂଗ୍ରହ ଲକ୍ଷରେ ପହଞ୍ଚିବା ପାଇଁ ସମଗ୍ର ତେଲେଙ୍ଗାନା ଏଥିରେ ସାମିଲ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶର ତିରୁମାଲା ମନ୍ଦିର ଭଳି ଏଠାରେ ‘ବିମାନ ଗୋପୁରମ୍’ର ସୁନା ଆବରଣ ପାଇଁ ୧୨୫ କିଲୋଗ୍ରାମ ସୁନା ଆବଶ୍ୟକ। ତେଣୁ ଅନେକ ଦାତା ସୁନା ଦାନ କରିବାର ପ୍ରତିଶ୍ରୁତି ନେଇ ଆଗକୁ ଆସୁଛନ୍ତି। ଶ୍ରମମନ୍ତ୍ରୀ ମାଲା ରେଡ୍ଡୀ ତାଙ୍କ ବ୍ୟକ୍ତିଗତ କ୍ଷମତା ଅନୁଯାୟୀ ମନ୍ଦିରକୁ ୧ କେଜି ସୁନା ଦାନ କରିବାରକୁ ଘୋଷଣା କରିଛନ୍ତି । ନଗରକୁନରୁଲ ବିଧାୟକ ମେରି ଜନାର୍ଦ୍ଦନ ରେଡ୍ଡୀ ୨ କିଲୋଗ୍ରାମ ସୁନା ଦାନ କରିଥିବାବେଳେ ଭାସ୍କର ରାଓ ୧ କିଲୋଗ୍ରାମ ସୁନା ଦେବେ।
Powered by Froala Editor