ଦେଶରେ ୧୪୬୨୩ ନୂଆ ସଂକ୍ରମିତ, ୧୯୭ ମୃତ
ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣାଧୀନ ରହିଛି ମହାମାରୀ । ଗତ ୨୪ ଘଣ୍ଟାରେ ଭାରତରେ ୧୪,୬୨୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ୧୯,୪୪୬ ଜଣ ସଂକ୍ରମିତ କୋରୋନାରୁ ସୁସ୍ଥ ହୋଇଥିବାବେଳେ ଦେଶରେ ୧୯୭ ଜଣ ଆକ୍ରାନ୍ତଙ୍କ ମୁଣ୍ଡ ନେଇଛି କିଲର ଭାଇରସ ।
ସଂକ୍ରମଣ ହ୍ରାସ ସହ ବର୍ତ୍ତମାନ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୧,୦୮,୯୯୬କୁ ବୃଦ୍ଧି ପାଇଛି । ସୁସ୍ଥ ସଂଖ୍ୟା ବୃଦ୍ଧି ସହ ଏବେ ସୁଦ୍ଧା ଦେଶରେ ମୋଟ ୧,୭୮,୦୯୮ଟି ସକ୍ରିୟ ମାମଲା ରହିଛି । ସେହିପରି ମୋଟ ସୁସ୍ଥସଂଖ୍ୟା ମଧ୍ୟ ୩,୩୪,୭୮,୨୪୭କୁ ବୃଦ୍ଧି ପାଇଛି । ତେବେ ସଂକ୍ରମଣରେ ହ୍ରାସ ଘଟୁଥିଲେ ହେଁ ମୃତ୍ୟୁସଂଖ୍ୟା କିନ୍ତୁ କମିବାର ନାଁ ଧରୁନି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪,୫୨,୬୫୧ ଜଣ କୋରୋନାରେ ଆଖି ବୁଜିଛନ୍ତି ।ଗତ ୨୪ ଘଣ୍ଟାରେ ଭାରତରେ ୪୧,୩୬,୧୪୨ ଟୀକାକରଣ କରାଯାଇଛି । ଏହି ଟିକାଦାନ ସହ ବର୍ତ୍ତମାନ ମୋଟ ଟୀକାକରଣ ୯୯,୧୨,୮୨,୨୮୩ରେ ପହଞ୍ଚିଛି ।
Powered by Froala Editor