ସାଂସଦ ପଦ ଛାଡିଲେ ବାବୁଲ ସୁପ୍ରିୟୋ
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ପୂର୍ବରୁ ସେ ବିଜେପି ଛାଡ଼ି ଟିଏମସିରେ ଯୋଗ ଦେଥିବା ବେଳେ ଆଜି ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ଗଣମାଧ୍ୟମ ସହ କଥା ହୋଇ ଭାବ ପ୍ରବଣ ହୋଇପଡ଼ିିଥିଲେ ବାବୁଲ ସୁପ୍ରିୟୋ। କହିଥିଲେ, ମୁଁ ମୋ ରାଜନୈତିକ ଜୀବନ ବିଜେପିରୁ ଆରମ୍ଭ କରିଛି। ମୁଁ ହୃଦୟର ସହ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛି। ସେମାନେ ମୋ ଉପରେ ଭରସା କରିଥିଲେ। ମୁଁ ହୃଦୟରୁ ରାଜନୀତି ଛାଡିଥିିଲି ବୋଲି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟିବା ପରେ କହିଥିଲେ। ମୁଁ ଆଉ ଦଳରେ ନଥିବାରୁ ସାଂସଦ ଆସନରେ ରହିବାକୁ ଚାହୁଁନାହିଁ । ସେ ଆହୁରି କହିଛନ୍ତି ଯେ, ମୁଁ ଏବେ ଦଳର ଅଂଶ ନୁହେଁ, ତେଣୁ ମୁଁ ନିଜ ପାଇଁ ସେଇ ଆସନ ରଖିବା ଉଚିତ ନୁହେଁ ବୋଲି କହିଛନ୍ତି।
ଆସାନସୋଲ ଆସନରୁ ବାବୁଲ ୨ ଥର ସାଂସଦ ହୋଇଥିଲେ। ତେବେ ଅଗଷ୍ଟ ମାସରେ ପରିବେଶ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଫେସବୁକ୍ ପୋଷ୍ଟରେ ଲେଖିଥିଲେ ଯେ ସେ ରାଜନୀତି ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏହା ସ୍ପଷ୍ଟ କରିଥିଲେ ଯେ ସେ ଅନ୍ୟ କୌଣସି ରାଜନୈତିକ ଦଳରେ ଯୋଗଦେବେ ନାହିଁ । କିନ୍ତୁ ସେପ୍ଟେମ୍ବର ୧୮ରେ ସେ ଟିଏମସିରେ ଯୋଗ ଦେଇଥିଲେ । ହେଲେ ଆଜି ସେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଖବର ସାମ୍ନାକୁ ଆସିଛିା
Powered by Froala Editor