ପୁତୁରା ପାଇଁ ବିଧାୟିକାଙ୍କ ଅଜବ ଯୁକ୍ତି : କହିଲେ, ‘ସମସ୍ତଙ୍କର ପିଲା ପିଅନ୍ତି, ସେ ଢ଼ୋକେ ପିଇଦେଲା ତ କ’ଣ ହେଲା’
ପୁତୁରା ପାଇଁ ଅଜବ ଯୁକ୍ତି ବାଢିଛନ୍ତି ଜଣେ ବିଧାୟିକା । ବିଧାୟିକାଙ୍କ ପୁତୁରା ମଦ ପିଇ ଗାଡି ଚଲାଉଥିବାବେଳେ ପୁଲିସ ଚାଲାଣ କାଟିଛି ଏବଂ ଅଟକ ରଖିଛି । ତେଣୁ ବିଧାୟିକା ପୁତୁରାକୁ ବାହାର କରିବା ପାଇଁ ପୁଲିସକୁ ଅଜବ କଥା କହିଛନ୍ତି । ଯାହାକୁ ଶୁଣି ସାଧାରଣ ଲୋକେ ବିଧାୟିକାଙ୍କ ପ୍ରତି ଅସନ୍ତୋଷ ଜାହିର କରିଛନ୍ତି ।
ଏହି ମାମଲା ରାଜସ୍ଥାନ ଯୋଧପୁରର ରତନଡା ପୋଲିସ ଷ୍ଟେଶନର ଅଟେ। ବିଳମ୍ବିତ ରାତିରେ ମଦ୍ୟପାନ କରି ଗାଡି ଚଳାଇବାରୁ ଶେରଗଡରୁ କଂଗ୍ରେସ ବିଧାୟିକା ମୀନା କନଓ୍ବରଙ୍କ ପୁତୁରାଙ୍କୁ ପୋଲିସ ଧରିଥିଲା। ବିଧାୟିକା ଏ ବିଷୟରେ ଜାଣିବାକୁ ପାଇବା ପରେ, ପ୍ରଥମେ ତାଙ୍କ ସ୍ବାମୀ ପୋଲିସକୁ ଡାକି ପୁତୁରାଙ୍କୁ ଛାଡିବାକୁ କହିଥିଲେ, କିନ୍ତୁ ପୋଲିସ ମନା କରିଦେଇଥିଲା। ପୋଲିସ ମନା କରିବା ପରେ ବିଧାୟିକା ତାଙ୍କ ସ୍ବାମୀଙ୍କ ସହ ସିଧା ପୋଲିସ ଷ୍ଟେଶନକୁ ଯାଇ ନିଜକୁ ପରିଚିତ କରାଇଥିଲେ। ଏହା ପରେ ମଧ୍ୟ ପୋଲିସପୁତୁରାଙ୍କୁ ଛାଡି ନ ଥିଲା ତେଣୁ ସେ ତଳେ ବସିଥିଲେ।
ତେବେ କଥା ଏତିକିରେ ସରନଥିଲା । ମହିଳା ବିଧାୟିକା ତୋଡ୍ ଦେଖାଇ କହିଥିଲେ ସମସ୍ତଙ୍କର ପିଲା ପିଅନ୍ତି । ଯଦି ସେ ଟିକିଏ ପିଇଦେଲା କଣ ହେଲା । ପୋଲିସ ଏହାର ସମ୍ପୂର୍ଣ୍ଣ ଭିଡିଓ କରିଥିଲା। କୁହାଯାଉଛି ଯେ ସେ ଭିଡିଓ ସମ୍ପର୍କରେ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଧମକ ଦେଇଛନ୍ତି।
Powered by Froala Editor