ପୁଣି ଥରେ ଏକାଠି ହେବେ ସନ୍ନି-ଅମିଷା: ରିଲିଜ୍ ହେଲା ଗଦର୍-୨ ପୋଷ୍ଟର

ମୁମ୍ବାଇ: ପୁଣି ଥରେ ଏକାଠି ହେବେ ବଲିଉଡ୍ର ସୁପରହିଟ୍ ଯୋଡ଼ି ସନ୍ନି ଦେଓଲ୍ ଓ ଅମିଷା ପଟେଲ୍ । ଦୀର୍ଘ ୨୦ ବର୍ଷ ପରେ ଆଉ ଥରେ ପରଦାରେ ଧୁମ୍ ମଚାଇବାକୁ ଆସୁଛନ୍ତି । ଉଭୟଙ୍କୁ ଦେଖିବାକୁ ମିଳିବ ଗଦର୍-୨ ଫିଲ୍ମରେ । ଶୁକ୍ରବାର ଏହାର ପୋଷ୍ଟର ରିଲିଜ୍ ହୋଇଛି ।
ଗଦର ଭଳି ଗଦର-୨କୁ ମଧ୍ୟ ଜି ଷ୍ଟୁଡିଓ ଓ ଅନିଲ ଶର୍ମା ପ୍ରଯୋଜନା କରିବେ । ଖୁବ୍ଶୀଘ୍ର ଫିଲ୍ମ ସୁଟିଂ ଆରମ୍ଭ ହେବ । ୨୦୨୨ରେ ରିଲିଜ୍ କରାଯିବ । ଗଦରରେ କାହାଣୀ ଯେଉଁଠୁ ସରିଥିଲା, ସେଇଠୁ ହିଁ ସିକ୍ୱେଲର କାହାଣୀ ଆଗକୁ ଆରମ୍ଭ ହେବ । କାହାଣୀଟି ଶକ୍ତିମାନ ଲେଖିଥିବା ବେଳେ ମ୍ୟୁଜିକ୍ ମିଥୁନ କମ୍ପୋଜ୍ କରିବେ ।
୨୦୦୧ରେ ଫିଲ୍ମ 'ଗଦର ଏକ ପ୍ରେମ୍ କଥା' ବ୍ଲକବଷ୍ଟର ଠାରୁ ହିଟ୍ ହୋଇଥିଲା । ଏବେ ୨୦ ବର୍ଷ ପରେ ପୁଣି ଥରେ ଏହି ପ୍ରେମ କାହାଣୀକୁ ନେଇ ଆଗକୁ ବଢ଼ାଯିବ । ଏଥିରେ ଲିଡ୍ ରୋଲରେ ପୂର୍ବ ଭଳି ସନ୍ନି ଦେଓଲ, ଅମିଷା ପଟେଲ ଓ ଉତ୍କର୍ଷ ଶର୍ମା ନଜର ଆସିବେ । ଫିଲ୍ମର ପୋଷ୍ଟର ରିଲିଜ୍ ନେଇ ସନ୍ନି ସୋସିଆଲ୍ ମିଡିଆରେ ସୂଚନା ଦେବା ପରେ ଏବେ ତାଙ୍କ ଫ୍ୟାନ୍ମାନେ ଉତ୍ସାହିତ ହୋଇପଡ଼ିଛନ୍ତି । ଫିଲ୍ମର ରିଲିଜ୍ ତାରିଖକୁ ଅନାଇ ବସିଛନ୍ତି ।
Powered by Froala Editor