ଦଶହରା ପାଇଁ ସାରା ଦେଶ ଉତ୍ସବ ମୁଖର
ନୂଆଦିଲ୍ଲୀ : ଦେଶବ୍ୟାପୀ ଆଜି ବିଜୟା ଦଶମୀ ବା ଦଶହରା ପର୍ବ ପାଳନ କରାଯାଉଛି । ଅସତ୍ୟ ଉପରେ ସତ୍ୟର ବିଜୟ ସ୍ୱରୁପ ଏହି ପର୍ବ ପାଳନ କରାଯାଇଥାଏ। ଆଜି ମଧ୍ୟ ନବରାତ୍ରି ଓ ଦୁର୍ଗାପୂଜାର ଶେଷ ଦିବସ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍.ଭେଙ୍କିୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିଜ ଶୁଭେଚ୍ଛା ବାର୍ତ୍ତାରେ ଶ୍ରୀ କୋବିନ୍ଦ କହିଛନ୍ତି,ମର୍ଯ୍ୟାଦା ପୁରୁଷୋତ୍ତମ ଭାବେ ପ୍ରଭୁ ଶ୍ରୀରାମଙ୍କର ବ୍ୟକ୍ତିତ୍ୱ ସମସ୍ତଙ୍କ ପାଇଁ ଏକ ଆଦର୍ଶ । ଏହି ପର୍ବ ସମାଜର ନୈତିକ ମୂଲ୍ୟବୋଧକୁ ଆହୁରି ସୁଦୃଢ କରିବା ସହ ଦେଶବାସୀଙ୍କୁ ରାଷ୍ଟ୍ରନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରିବା ସକାଶେ ଅନୁପ୍ରେରିତ କରିବ ବୋଲି ସେ ଆଶାପ୍ରକାଶ କରିଛନ୍ତି।
ଉପରାଷ୍ଟ୍ରପତି ଏମ୍ ଭେଙ୍କିଆ ନାଇଡୁ ଏହି ଅବସରରେ ଶୁଭେଚ୍ଛା ଜଣାଇବା ସହ ଏହି ପର୍ବ ସମସ୍ତଙ୍କ ଜୀବନରେ ଶାନ୍ତି,ସୌହାର୍ଦ୍ଧ୍ୟ ଓ ସମୃଦ୍ଧି ଆଣୁ ବୋଲି କାମନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବିଜୟା ଦଶମୀର ସ୍ବତନ୍ତ୍ର ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Powered by Froala Editor