୨୦୦ କୋଟି ଠକେଇ ମାମଲାରେ ନୋରାଙ୍କୁ ଜେରା କରୁଛି ଇଡି
୨୦୦ କୋଟି ଟଙ୍କାର ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଅଭିନେତ୍ରୀ ନୋରା ଫତେହୀଙ୍କୁ ସମନ୍ ଜାରି କରିଛି। ଆଜି ତାଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟର ଦିଲ୍ଲୀ ଅଫିସ୍ରେ ଜେରା କରୁଛି ଇଡି। ଏହି ମାମଲାରେ ଅଭିନେତ୍ରୀ ଜାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କୁ ମଧ୍ୟ ସମନ୍ ଜାରି କରାଯାଇଛି, କିନ୍ତୁ ସେ କାଲି ହାଜର ହେବେ।
‘ଫୋର୍ଟିଜ୍ ହେଲ୍ଥ୍କେୟାର୍’ ପୃଷ୍ଠପୋଷକ ଶିବିନ୍ଦର୍ ସିଂହଙ୍କୁ ୨୦୦ କୋଟି ଟଙ୍କା ଠକିଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଜାଲି କଳାକାର ସୁକେଶ ଚନ୍ଦ୍ରଶେଖର ଏବଂ ଲୀନା ପଲ୍ଙ୍କୁ ଗିରଫ କରିଥିଲା। ସୁକେଶ ଏବଂ ଲୀନାଙ୍କ ନାମରେ ‘ଏଫ୍ଆଇଆର୍’ ଫାଇଲ୍ ହୋଇଥିବା ଜାଣିବା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ ସମନ୍ ଜାରି କରିଛି। ସେମାନଙ୍କ ସହ ଫତେହୀଙ୍କ ସମ୍ପର୍କ ବିଷୟରେ ଜାଣିବା ଲାଗି ପ୍ରବର୍ତ୍ତନ ନିର୍ଦେଶାଳୟ ଉକ୍ତ ସମନ୍ ଜାରି କରିଥିବା କୁହାଯାଉଛି।
ଚନ୍ଦ୍ରଶେଖର ଓ ଲୀନା ପୂର୍ବରୁ ହିଁ ଦିଲ୍ଲୀ ପୁଲିସ୍ ଦ୍ୱାରା ଗିରଫ ହୋଇ ଜେଲରେ ଅଛନ୍ତି। ସେମାନେ ଚକ୍ରାନ୍ତ କରି ଫୋର୍ଟିସ ହେଲଥ କେୟାର ପ୍ରମୋଟର ଶିବିନ୍ଦର ସିଂହଙ୍କ ପରିବାର ଠାରୁ ୨୦୦ କୋଟିର ଚୂନ ଲଗାଇଥିବା ଜଣାପଡ଼ିଛି। ପୁଲିସ୍ ସେମାନଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଠକେଇ ଓ ଲୁଟ ମାମଲାର ରୁଜୁ କରିଛି। ଏହି ଏଫଆଇଆରକୁ ଆଧାର କରି ଇଡି ମଧ୍ୟ ମନି ଲଣ୍ଡରିଂ ମାମଲା ନିଜ ଆଡ଼ୁ ରୁଜୁ କରି ଖୋଳତାଡ଼ ଆରମ୍ଭ କରିଛି। ଅଭିଯୁକ୍ତ ଦମ୍ପତିଙ୍କ ସହ ନୋରା ଓ ଜାକ୍ଲିନ୍ଙ୍କ ସମ୍ପର୍କର ସୁତାଖିଅ ଇଡି ବାହାର କରିବାକୁ ଚାହୁଁଛି।
ଘଟଣାରେ ଇଡି ଜ୍ୟାକଲିନଙ୍କୁ ଦୁଇ ଥର ଜେରା କରି ସାରିଛି। ଗତମାସରେ ତାଙ୍କୁ ଜେରା ପାଇଁ ସମନ ହୋଇଥିଲେ ମଧ୍ୟ ସେ ଆସି ନଥିଲେ। ଆଜି ପୁଣି ଥରେ ତାଙ୍କୁ ହାଜର ହେବାକୁ ସମନ କରାଯାଇଛି। ଇଡି ଓ ଦିଲ୍ଲୀ ପୁଲିସ୍ ସୂତ୍ରରୁ ଜଣାପଡ଼ିଛି ଯେ ସୁକେଶ ଓ ଲୀନାଙ୍କ ନାଁରେ ୨୩ରୁ ଅଧିକ ମାମଲା ରହିଛି। ଜାକ୍ଲିନ୍ ଏହି ଠକେଇରେ ସିଧାସଳଖ ସାମିଲ ନଥିଲେ ମଧ୍ୟ ସେ ଲୀନାଙ୍କ ସହଯୋଗୀ। ତେଣୁ ତାଙ୍କୁ ମଧ୍ୟ ଇଡି ଘନଘନ ଜେରା କରିଥିଲା।
Powered by Froala Editor