ନିଜ ଅନ୍ଦାଜରେ ସଲମାନ ଗାଇଲେ 'ମାନିକେ ମାଗେ ହିତେ'

ସମସ୍ତଙ୍କ ମୁହଁରେ ଏବେ 'ମାନିକେ ମାଗେ ହିତେ' ଗୀତ। ବି-ଟାଉନ ଠାରୁ ଆରମ୍ଭ ଟିଭିର କଳାକାରମାନେ ନିଜ ନିଜ ଅନ୍ଦାଜରେ ଏହି ଗୀତରେ ରିଲ୍ ଭିଡିଓ ତିଆରି କିର ସୋଶାଲ ମିଡିଆରେ ଭାଇରାଲ ହେଉଛନ୍ତି। ଏବେ ଏହି ତାଲିକାରେ ଯୋଡି ହୋଇଛି ବଲିଉଡର ଭାଇଜାନ ସଲମାନ ଖାନ୍ଙ୍କ ନାଁ। ସେ ନିଜ ଅନ୍ଦାଜରେ ଏହି ଗୀତକୁ ଗାଇଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ବିଗ୍ ବସ୍ ୧୫'ର ପ୍ରଥମ ଓ୍ବିକେଣ୍ଡ୍ କା ବାର ଏପିସୋଡରେ ମାନିକେ ମାଗେ ହିତେ 'ଗାୟକ ୟୋହାନି ଦିଲେକା ଦେ ସିଲ୍ଭା ନବରାତ୍ରୀ ସ୍ପେଶାଲ୍ରେ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। 'ମାନିକେ ମାଗେ ହିତେ'ଗୀତ ଗାଇବାକୁ ୟୋହାନି ସଲମାନ୍ଙ୍କୁ କହିଥିଲେ। ସଲମାନଙ୍କ ମଧ୍ୟ ଗୀତଟିକୁ ନିଜ ମୁତାବକ ଗାଇଥିଲେ। ଏହାଶୁଣି ୟୋହାନି ମଧ୍ୟ ହସିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡ଼ିିଆରେ ଭାଇରାଲ ହେବାରେ ଲାଗିଛି।
Powered by Froala Editor