ବିଧାୟକଙ୍କ ଗାଡ଼ିକୁ ବୋମାମାଡ଼
ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗୁଡ଼ୁଥିବା ବିରୋଧୀ ଅଭିଯୋଗ କରିଆସୁଥିବାବେଳେ ଆଜି ତା’ର ଏକ ବଡ଼ ନିଦର୍ଶନ ଦେଖିବାକୁ ମିଳିଛି । ଦୁର୍ବୃତ୍ତମାନେ ଜଣେ ବିଧାୟକଙ୍କ ଗାଡ଼ିକୁ ବୋମା ମାଡ଼ କରିଥିବା ଜଣାଯାଇଛି ।
କେନ୍ଦୁଝର ସଦର ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ କରାଯାଇଥିବା ଜଣାଯାଇଛି । ଏକ ବୈଠକରେ ଯୋଗଦେଇ ଫେରୁଥିବାବେଳେ ଶ୍ରୀ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ କରାଯାଇଛି । କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ମଣ୍ଡୁଆ ନିକଟରେ ଏହି ବୋମାମାଡ଼ ହୋଇଛି ।
ଶ୍ରୀ ମାଝୀ ଏକ ବୈଠକ ସାରି ଫେରୁଥିବାବେଳେ ଏକ ବାଇକରେ ୨ ଜଣ ଦୁର୍ବୃତ୍ତ ଆସି ୨ଟି ବୋମାମାଡ଼ କରିଥିଲେ । ଏଥିରେ ବିଧାୟକଙ୍କ ଗାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବାବେଳେ ବିଧାୟକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏନେଇ ବିଧାୟକଙ୍କ ପକ୍ଷରୁ ଟାଉନ ଥାନାରେ ଅଭିଯୋଗ କରିଥିବାବେଳେ ପୁଲିସ ଖୋଳତାଡ଼ ଆରମ୍ଭ କରିଛି ।
Powered by Froala Editor