ଅଧିକ ଅମାନିଆ ହେଲେ ଗିରଫ: ସିପି
ଭୁବନେଶ୍ୱର: କିଛି ଦିନର ନିରବତା ପରେ ଏବେ କରୋନାକୁ ନେଇ ସମସ୍ତେ ଛାନିଆ । ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ କରୋନା ଧୀରେ ଧୀରେ ବଢୁଥିବା କୁହାଯାଉଛି । ସେଥିପାଇଁ ବିଭିନ୍ନ କଟକଣା ଜାରି କରାଯାଇଛି । ଏଥିସହ କୋଭିଡ ନିୟମ ମାନିବାକୁ ସଚେତନତା କରାଯାଉଛି । ଏହାରି ଭିତରେ ଆଗକୁ ଆସୁଛି ଦୁର୍ଗା ପୂଜା । ଏହି ପରିପ୍ରେକ୍ଷୀରେ କୋଭିଡ ନିୟମ ମାନିବାକୁ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ ଅପିଲ କରିଛନ୍ତି ।
ସେ କହିଛନ୍ତି ଯେ, ୧୧ ତାରିଖରୁ ଲାଗୁ ନାଇଟ କର୍ଫୁ୍ୟକୁ କଡ଼ାକଡ଼ି ପାଳନ କରାଯିବ । କୋଭିଡ ନିୟମରେ ମଣ୍ଡପରେ ପୂଜା ଆୟୋଜନ କରିବାକୁ ପରାମର୍ଶ ଦିଆଯାଇଛି । ପେଷାଦାର ଅପରାଧୀ ଓ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଧିକ ଅମାନିଆ ହେଲେ ଗିରଫ ମଧ୍ୟ କରାଯିବ ବୋଲି ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।
Powered by Froala Editor