ଜେଲରେ ଏପରି ରହିବେ ଆର୍ୟନ ଖାନ, ମିଳିବ ନାହିଁ ସ୍ୱତନ୍ତ୍ର ସେବା

ମୁମ୍ବାଇ: ଶାହାରୁଖ ଓ ଗୌରୀଙ୍କ ବହୁ ଚେଷ୍ଠା ପରେ ମଧ୍ୟ ଅର୍ୟନଙ୍କୁ ବେଲ୍ ମିଳିପାିନାହିଁ । ଅଭିଯୁକ୍ତଙ୍କ ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ତେବେ ମାମଲାର ଶୁଣାଣି ପରେ, ଆର୍ଯ୍ୟନ୍ ଖାନଙ୍କୁ କୋର୍ଟ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି । ଏବେ ଜେଲରେ ରହିବେ ସମସ୍ତ ଅଭିଯୁକ୍ତ । ବର୍ତ୍ତମାନ ପୁରୁଷମାନଙ୍କୁ ଆର୍ଥର ରୋଡ ଜେଲ ଏବଂ ମହିଳାମାନଙ୍କୁ ବାଇକୁଲା ଜେଲକୁ ପଠାଯାଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ ସମସ୍ତଙ୍କୁ ଦୁଇଟି ଡୋଜ୍ କୋଭିଡ ଟିକା ଦିଆ ସରିଛି । ତେବେ କେବଳ ୫ ଦିନ ପାଇଁ ସେମାନଙ୍କୁ କ୍ୱାରାଣ୍ଟାଇନରେ ରଖାଯିବ । ଆଉ ସବୁଠାରୁ ବଡ କଥା ହେଉଛି, ସମସ୍ତେ ଜେଲର ଭଳି ସେଠାରେ ରହିବେ । କାହାକୁ ବି ସ୍ୱତନ୍ତ୍ର ସେବା ମିଳିବ ନାହିଁ ଓ କାହାକୁ ବି ଘର ଖାଦ୍ୟ ମିଳିବ ନାହିଁ କଡା ନିଦେ୍ର୍ଧଶ ଦିଆଯାଇଛି ।
ଏହା ବ୍ୟତୀତ ଜେଳର ନିୟମ କାନୁନ ମାନି, ସକାଳ ୬ଟାରେ ଉଠିବା, ୭ଟାରେ ଜଲଖିଆ ଖାଇବାକୁ ପଡିବ । ଏହାପରେ ୧୧ଟାରେ ମଧ୍ୟାହ୍ନ ଭୋଜନ ଓ ରାତି ଖାଇବାରେ ଭାତ-ଡାଲି ଓ ରୁଟି-ତରକାରୀ ମିଳିବ । ଏହା ସହିତ ଜେଲ ଭିତରେ ବୁଲିବାର ଅନୁମତି ମଧ୍ୟ ନାହିଁ । ଗତକାଲି ପୁଅକୁ ଜାମିନ ନମିଳିବାରୁ ମା’ ଗୌରୀ ଖାନ କାନ୍ଦୁଥିବାର ଏକ ଫଟୋ ନଜର ଆସିଥିଲା ।
Powered by Froala Editor