ବିଜୁ ଯୁବ ଜନତା ଦଳର ସଫେଇ କାର୍ଯ୍ୟ ଲୋକ ଦେଖାଣିଆ: ରଞ୍ଜିତ ପାତ୍ର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶକ୍ରମେ ବିଜୁ ଯୁବ ଜନତା ଗାନ୍ଧୀ ଜୟନ୍ତୀ ଠାରୁ ସେବା କାର୍ଯ୍ୟ ଆରମ୍ଭ କରିବା ପ୍ରସଙ୍ଗରେ କ୍ୟାପିଟାଲ ହସ୍ପିଟାଲରେ ସଫେଇ କାର୍ଯ୍ୟ ଆରମ୍ଭ କରିଛନ୍ତି । ହେଲେ ଏହା ଲୋକଦେଖାଣିଆ ବୋଲି ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର ତିରସ୍କାର କରିଛନ୍ତି । ବିଜେଡ଼ି ଯୁବ ସଂଗଠନ ଏକ ସ୍ଥାଣୁ ସଂଗଠନ । ଏହା ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ କେବେ କାର୍ଯ୍ୟ କରିଥିବାର ନଜିର ନାହିଁ । କେବଳ ଝାଡ଼ୁ ଧରି ଫଟୋ ଉଠାଇବା କାର୍ଯକ୍ରମ ହୋଇଛି । କେବଳ ଭୁବନେଶ୍ୱର ନୁହେଁ ଓଡ଼ିଶାର ସମସ୍ତ ସହରରେ ଥିବା ଡାକ୍ତରଖାନା, ମୁଖ୍ୟ ରାସ୍ତା ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ନର୍ଦ୍ଧମା ଓ ମଇଳାରେ ଭର୍ତି । ପ୍ରଶାସନ ସଫେଇ କାର୍ଯ୍ୟ କରୁନଥିବା ବେଳେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଚୁପ ବସିଛନ୍ତି । ଏବେ ଯୁବ ବିଜେଡ଼ି କେଉଁଠି କେମିତି ଲୋକଦେଖାଣିଆ ସଫେଇ କରୁଛନ୍ତି । ଗତ ୨୫ ବର୍ଷ ଧରି ଯୁବ ବିଜେଡ଼ି କୌଣସି ସାମାଜିକ କାର୍ଯ୍ୟ କରିବାର କେହି ଦେଖନାହାନ୍ତି । ବନ୍ୟା, ବାତ୍ୟା ଓ ପ୍ରାକୃତିକ ଦୁର୍ବିପାକରେ ଲୋକଙ୍କ ପାଖରେ କେବେ ଯୁବ ବିଜେଡ଼ି ଠିଆ ହୋଇନାହିଁ । ସେପଟେ ନବୀନ ବାବୁ ଏକ ବିଜୁ ଯୁବବାହିନୀ ଗଠନ କରି ରାଜ୍ୟ ରାଜକୋଷରୁ ପ୍ରଚୁର ଅର୍ଥ ଲୁଟିନେଲେ । ସେହି ବିଜୁ ଯୁବବାହିନୀ କେବେ କୌଣସି ସାମାଜିକ କାର୍ଯ୍ୟରେ ନିୟୋଜିତ ହୋଇନଥିଲା । ଫନି, ତିତିଲି, ହୁଡ଼ହୁଡ଼, ଫାଇଲିନ ପ୍ରଭୃତି ପ୍ରାକୃତିକ ଦୁର୍ବିପାକରେ ବିଜୁ ଯୁବ ଜନତା କିମ୍ବା ବିଜୁ ଯୁବ ବାହିନୀର ଦେଖା ମିଳିନଥିଲା । ଅନ୍ୟ ପକ୍ଷରେ ଦରଦାମ ବୃଦ୍ଧି ବିଶେଷ କରି ତୈଳ ଓ ରନ୍ଧନଗ୍ୟାସ ଦରବୃଦ୍ଧି, ଚାଷୀ ସମସ୍ୟା, ବିଦୁ୍ୟତ ଦର ବୃଦ୍ଧି ଓ କେନ୍ଦ୍ରର ଏନଡିଏ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ଏବଂ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ବିରୋଧରେ ବିଜୁ ଯୁବ ଜନତା ଦଳ କେବେ ଆନେ୍ଦାଳନ କରିନାହିଁ । ଏଣୁ ବିଜୁ ଯୁବ ଜନତା ଦଳର ଏ ସଫେଇ ଓ ସାମଜିକ କାର୍ଯ୍ୟ କେବଳ ମିଡିଆରେ ପ୍ରଦର୍ଶନ ପାଇଁ ଉଦ୍ଧିଷ୍ଟ ବୋଲି ଭୁବନେଶ୍ୱର ଜିଲ୍ଳା ଯୁବ କଂଗ୍ରେସ ସଭାପତି ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି ।
Powered by Froala Editor