ଆରୟନଙ୍କୁ ମିଳିଲାନି ଜାମିନ
ଡ୍ରଗ୍ କେସ୍ ମାମଲାରେ ଗିରଫ ହୋଇଥିବା ବଲିଉଡ୍ ଅଭିନେତା ଶାହରୁଖ ଖାନ୍ଙ୍କ ପୁଅ ଆରୟନ୍ ଖାନ୍ଙ୍କୁ ମୁମ୍ବାଇର ଏକ ଅଦାଲତ ଗୁରୁବାର ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଡ୍ରଗ୍ସ କେସ୍ ମାମଲାରେ ଆରୟନଙ୍କ ହେପାଜତ ଅବଧି ଶେଷ ହେବା ପରେ ଆରୟନଙ୍କ ସମେତ ୮ ଜଣଙ୍କୁ କୋର୍ଟରେ ହାଜର କରିଥିଲା ଏନ୍ସିବି। ଏହା ସହ ଆରୟନ ଖାନଙ୍କୁ ପୁଣି ୪ ଦିନ ହେପାଜତକୁ ନେବାକୁ ଏନସିବି ଅନୁମତି ମାଗିଥିଲା। ଶୁଣାଣି ପରେ ଅଦାଲତ ଆରୟନଙ୍କୁ ୪ଦିନ ଏନସିବି ହେପାଜତକୁ ନପଠାଇ ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି। ଆରୟନଙ୍କ ସହ ଅନ୍ୟ ୭ଜଣ ମଧ୍ୟ ଅକ୍ଟୋବର ୧୧ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ। ତେବେ ଆସନ୍ତାକାଲି ଦିନ ୧୧ଟାରେ ଆରୟନ ଖାନଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବେ କୋର୍ଟ।
ଫଳରେ ମନତ ଫେରିବା ପାଇଁ ଆର୍ଯ୍ୟନଙ୍କୁ ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡ଼ିବ। ତାଙ୍କୁ ଦୁଇ ରାତି ହେଲା ଜେରା କରାଯାଇନାହିଁ। ଅଧିକ ଦିନ ତାଙ୍କୁ ଅଟକ ରଖାଯାଇପାରିବ ନାହିଁ ବୋଲି ଆର୍ଯ୍ୟନଙ୍କ ଓକିଲ ସତୀଶ ମାନେଶିନ୍ଦେ ତାଙ୍କ ଯୁକ୍ତିରେ ଦର୍ଶାଇଥିଲେ। ଅତିରିକ୍ତ ସଲିସିଟର ଜେନେରାଲ ଅନିଲ ସିଂ ଜାମିନ ଆବେଦନକୁ ବିରୋଧ କରିଥିଲେ। ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଜାମିନ ଆବେଦନର ପୁନର୍ବାର ଶୁଣାଣି ହେବ।
ଉଲ୍ଲେଖଯୋଗ୍ୟ, ରେଭ୍ ପାର୍ଟିରୁ ଆରୟନଙ୍କୁ ଗିରଫ କରାଯିବା ପରେ ପ୍ରଥମେ ଗୋଟିଏ ଦିନ ପାଇଁ ନିଜ ହେପାଜତକୁ ନେଇଥିଲା ଏନ୍ସିବି। କୋର୍ଟରେ ହାଜର ହେବା ପରେ ଆରୟନଙ୍କୁ ଅକ୍ଟୋବର ୭ ପର୍ଯ୍ୟନ୍ତ ପୁଣି ଏନ୍ସିବି ହେପାଜତକୁ ପଠାଇ ଦିଆଯାଇଥିଲା ।
Powered by Froala Editor