LIC ଏଜେଣ୍ଟଙ୍କ କଳା କାରନାମା, ଜୀବିତଙ୍କୁ ମୃତ ଦେଖାଇ ଲୁଟି ଚାଲିଥିଲେ କୋଟି କୋଟି ଟଙ୍କା
ଭୁବନେଶ୍ବର: ପଦାକୁ ଆସିଲା LIC ଏଜେଣ୍ଟଙ୍କ କଳା କାରନାମା । କୋଟି କୋଟି ଟଙ୍କା ଚଳୁ କରି ଚାଲିଥିଲେ ଏଲଆଇସି ଏଜେଣ୍ଟ । ଜୀବିତଙ୍କୁ ମୃତ ଦେଖାଇ ଲୁଟି ଚାଲିଥିଲେ କୋଟି କୋଟି ଟଙ୍କା । ଏଜେଣ୍ଟଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।
ଇଓଡବ୍ଲୁ ହାତରେ ଧରା ପଡିଛି ଇନସୁରାନ୍ସ ଠକ । ଜୀବିତ ଲୋକଙ୍କୁ ମୃତ ଦର୍ଶାଇ ହଡପ କରୁଥିଲା ଇନସୁରାନ୍ସ ଟଙ୍କା । ୨୩ଟି ଇନସୁରାନ୍ସ ଆକାଉଣ୍ଟର ଜାଲିଆତି କରିଥିବା ଠକ LIC ଏଜେଣ୍ଟ ପୁରୀ କଣାସ ଅଞ୍ଚଳର ଠକ ଏଜେଣ୍ଟ କବିରାଜ ବେହେରାକୁ ଗିରଫ କିରିଛି କ୍ରାଇମବ୍ରାଞ୍ଚର ଇଓଡବ୍ଲୁ ଟିମ । ୧.୮୦କୋଟି ଟଙ୍କାର ଠକେଇ ହୋଇଥିବା LIC ଅଫିସ ପକ୍ଷରୁ ଅଭିଯୋଗ ହୋଇଥିଲା । ଆଜି ଗିରଫ LIC ଏଜେଣ୍ଟକୁ କୋର୍ଟ ଚାଲାଣ କରାଯିବ ।
Powered by Froala Editor