ପିଆଜ ଉପରେ ମହଙ୍ଗାମାଡ, ଏହା ପଛରେ କାରଣ କ’ଣ?
ଗୋଟିଏ ଦିନରେ ପିଆଜ ଉପରେ ମହଙ୍ଗାମାଡ । ଗତ କିଛି ଦିନ ମଧ୍ୟରେ ପିଆଜ କିଲୋପ୍ରତି ୨୦ଟଙ୍କା ଥିବାବେଳେ ୨ଦିନ ଭିତରେ ପିଆଜ କଲୋ ୫୦ଟଙ୍କାରେ ପହଞ୍ଚିଛି । ହଠାଥ୍ ପିଆଜ ଦରବୃଦ୍ଧିକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁସାରେ ପାର୍ବଣ ଋତୁରେ ପିଆଜର ଚାହିଦା ଅଡଧିକ ଥିବାରୁ ପିଆଜ ଦର ବୃଦ୍ଧି ହୋଇଥାଏ । ଅନ୍ୟପଟେ ନାସିକରେ ପ୍ରବଳ ବର୍ଷା ହୋଇ ନୂଆ ପିଆଜ ନଷ୍ଟ ହୋଇଯାଇଥିବାରୁ ପିଆଜ ଦର ବୃଦ୍ଧି ପାଉଛି ବୋଲି କୁହାଯାଉଛି । ପେଟ୍ରୋଲ ଓ ଡିଜେଲଠାରୁ ଆରମ୍ଭ କରି ରୋଷେଇ ଗ୍ୟାସ, ପିଆଜ ଓ ପରିବା ଦର ହୁ ହୁ ହୋଇ ବଢି ଚାଲିଛି । କରୋନା ଯୋଗୁଁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଥିଲେ ବି ମହଙ୍ଗା ମାଡ କିନ୍ତୁ ନିୟନ୍ତ୍ରଣକୁ ଆସୁନାହିଁ । ମହଙ୍ଗାମାଡରେ କଲବଲ ହୋଇଛନ୍ତି ଲୋକେ ।
ରୋଷେଇ ଗ୍ୟାସ ସିଲିଣ୍ଡର ପ୍ରତି ୯୨୬ ଟଙ୍କାରେ ପହଂଚିଛି । ସବୁଠାରୁ ବାଧିଛି ପେଟ୍ରୋଲ ଦର । ପେଟ୍ରୋଲ ଲିଟର ପିଚ୍ଛା ସ୍ଥଳ ବିଶେଷରେ ୧୦୮ ଟଙ୍କା ହୋଇଥିବାବେଳେ ଡିଜେଲ ବି ଶହେ ଟଙ୍କା ପାର କରିଛି । ଏବେ ଠାରୁ ଦର ନିୟନ୍ତ୍ରଣ ନ କଲେ ଆଗରୁ ଦର ହୁ ହୁ ହୋଇ ବଢିବା ସମ୍ଭାବନା ରହିଛି । ସ୍ଥିତି ଏପରି ହୋଇଛି ଯେ ହରଡ ଡାଲି ଦାମ୍ ୧୦୦ଟଙ୍କା ପାର୍ କରିଯାଇଛି । ମୁଗ ଡାଲି କେଜି ୯୬ଟଙ୍କା, ବୁଟ ଡାଲି ୭୧ଟଙ୍କା, ସୋରିଷ ତେଲ କେଜି ୧୯୧ ଟଙ୍କା, ପାମୋଲିନ୍ ତେଲ ୧୫୦ଟଙ୍କା, ସୂର୍ଯ୍ୟମୁଖୀ ତେଲ ୯୬ ଟଙ୍କା, ପେଟ୍ରୋଲ ଲିଟର୧୦୮ଟଙ୍କା, ଡିଜେଲ୍ ୧୦୦ ଟଙ୍କା, ରନ୍ଧନ ଗ୍ୟାସ୍ ସିଲିଣ୍ଡର ପିଛା ୯୨୬ଟଙ୍କାରେ ପହଞ୍ଚିଲାଣି । ଏପରିକି ପିଆଜ ଦାମ୍ ୫୦ଟଙ୍କା ଛୁଇଁଲାଣି । ହଠାତ୍ ଦୁଇ ଦିନରେ ପ୍ରାୟ ୨୦ଟଙ୍କା ବଢିଯାଇଛି । କେବଳ ଡାଲି, ତେଲ ନୁହେଁ । ତେଜରାତି ସାମଗ୍ରୀ ଦାମ୍ ବି ବଢିଯାଇଛି । ସୋରିଷରୁ ଆରମ୍ଭ କରି ସୁଜି, ବେସନ, ଲୁଣ ଆଦି ଦାମ ମଧ୍ୟ ବଢିଯାଇଛି ।
Powered by Froala Editor