ବାରବାଙ୍କୀରେ ଭୟଙ୍କର ଦୁର୍ଘଟଣା: ୧୪ ମୃତ

ଉତ୍ତର ପ୍ରଦେଶର ବାରବାଙ୍କିରେ ଭୟଙ୍କର ଦୁର୍ଘଟଣା ଘଟିଛି। ଗୋଟିଏ ଯାତ୍ରାବାହୀ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଆଉ ୩୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେଙ୍କ ଅବସ୍ଥା ଗୁରୁତୁର ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।
ବାରବାଙ୍କି ଏସପିଙ୍କ କହିବାନୁସାରେ, ଆଉଟିଂ ରିଂ ରୋଡରେ ଏହି ଅଘଟଣ ଘଟିଛି । ଆଉଟିଂ ରୋଡର ବବୁରୀ ଗାଁ ନିକଟ ଦେଇ ଏକ ବସ ଅତିକ୍ରମ କରୁଥିଲା । ଏହା ଦିଲ୍ଲୀରୁ ୫୦ ଯାତ୍ରୀଙ୍କୁ ଧରି ଅଯୋଧ୍ୟା ରୋଡ୍ ଅଭିମୁଖେ ଯାତ୍ରା କରୁଥିଲା । ଏହି ସମୟରେ ଏକ ଟ୍ରକ୍ ସହ ବସଟି ମୁହାଁମୁହିଁ ଧକ୍କା ହୋଇଥିଲା ।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ୧୪ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଏହାସହ ଅନେକ ଗୁରୁତର ହୋଇଛନ୍ତି । ମୃତ୍ୟୁସଂଖ୍ୟା ବଢିବାର ସମ୍ଭାବନା ମଧ୍ୟ ରହିଛି । ପୋଲିସ ଦୁର୍ଘଟଣାଗ୍ରସ୍ତ ବସ୍ ଓ ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ପୋଲିସ କହିଛି ଯେ, ସମସ୍ତ ଆହତଙ୍କୁ ପ୍ରଥମେ ବାରବାଙ୍କି ଟ୍ରମା ସେଣ୍ଟର୍ରେ ଭର୍ତ୍ତି କରାଯାଇଥିଲା। କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଲକ୍ଷ୍ନୌ ପଠାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୨ ଲକ୍ଷ ଟଙ୍କାର କ୍ଷତି ପୂରଣ ଘୋଷଣା କରିଛନ୍ତି। ଆହତମାନଙ୍କୁ ମାଗଣା ଚିକିତ୍ସା ସହ ୫୦ ହଜାର ଟଙ୍କା ମିଳିବ ବୋଲି ସେ କହିଛନ୍ତି।
Powered by Froala Editor