ସିକ୍ରେଟ ବିବାହ କରିଛନ୍ତି ବିକ୍ରମ ଭଟ୍ଟ

ବଲିଉଡର ପ୍ରତିଷ୍ଠିତ ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ପ୍ରାୟ ଏକ ବର୍ଷ ଧରି ତାଙ୍କ ବିବାହ ଲୁଚାଇ ରଖିଥଲେ । ଏବେ ଏହା ପଦାରେ ପଡିଛି । ଖବର ଅନୁଯାୟୀ, ବିକ୍ରମ ଭଟ୍ଟ ଶ୍ବେତାମ୍ବରୀ ସୋନି ନାମକ ଝିଅକୁ ବିବାହ କରିଛନ୍ତି । କୁହାଯାଉଛି ଯେ, ଦୁହେଁ ଗତ ବର୍ଷ ବିବାହ କରିଥିଲେ, କିନ୍ତୁ ଆଜି ଯାଏଁ ଲୁଚାଇ ରଖିଥିଲେ । ହେଲେ ଏବେ ଏହାର ଖୁଲାସା ହୋଇଛି । ଦୀର୍ଘ ଦିନ ଧରି ଉଭୟ ପରସ୍ପରକୁ ଭଲପାଇ ଆସୁଥିଲେ । ଏହା ତାଙ୍କର ଦ୍ୱିତୀୟ ବିବାହ । ଇନଷ୍ଟାଗ୍ରାମରେ ବିକ୍ରମ, ଶ୍ବେତାମ୍ବରୀ ସୋନିଙ୍କ ଜନ୍ମଦିନରେ ସୋନିଙ୍କ ସହିତ ତାଙ୍କର ଏକ ଫଟୋ ସେୟାର କରିଛନ୍ତି । ଏହାସହ ଏକ ସୁନ୍ଦର ପୋଷ୍ଟ ଲେଖି ଜନ୍ମଦିନର ଶୁଭେଚ୍ଛା ଦେବା ସହ ନିଜ ମନ କଥା ମଧ୍ୟ କହିଛନ୍ତି।
ବିକ୍ରମ ପ୍ରଥମେ ଅଦିତି ଭଟ୍ଟ ନାମକ ଝିଅକୁ ବାହା ହୋଇଥିଲେ । ସେମାନଙ୍କ ଗୋଟିଏ ଝିଅ ମଧ୍ୟ ଅଛି । ୧୯୯୮ରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା । ଶ୍ୱେତାମ୍ବରୀଙ୍କ ସମ୍ପର୍କରେ ଗଣମାଧ୍ୟମ ବିଶେଷ ତଥ୍ୟ ପାଇ ନ ଥିଲେ ମଧ୍ୟ ସେ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ଥିବା ଜଣାପଡିଛି । ଏହା ପୂର୍ବରୁ ସୁସ୍ମିତା ସେନ ଓ ଅମିଷା ପଟେଲଙ୍କ ସହ ମଧ୍ୟ ବିକ୍ରମଙ୍କ ନାମ ଯୋଡା ଯାଇଥିଲା ।
Powered by Froala Editor