କଟକଣାରେ ଖୋଲିବ ଶିରିଡ଼ିସାଇ ଓ ସିଦ୍ଧିବିନାୟକ ମନ୍ଦିର

ରାଜ୍ୟରେ କରୋନା କଟକଣା ପାଇଁ ବନ୍ଦ ଥିବା ସବୁ ଧର୍ମସ୍ଥଳୀ ଆସନ୍ତାକାଲିଠାରୁ ଖୋଲିବ। ଏନେଇ ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିର ଓ ନାସିକ୍ର ଶିରିଡ଼ିସାଇ ମନ୍ଦିର ଖୋଲିବ। ବାବାଙ୍କ ଭକ୍ତମାନେ ନବରାତ୍ରୀର ପ୍ରଥମ ଦିନରେ ସାଇଙ୍କୁ ଦର୍ଶନ କରି ପାରିବେ। ସାଇ ବାବା ମନ୍ଦିର ଟ୍ରଷ୍ଟର ସିଇଓ ଭାଗ୍ୟଶ୍ରୀ ବାନାୟିତ କହିଛନ୍ତି ଯେ ଆସନ୍ତାକାଲିଠାରୁ ଭକ୍ତଙ୍କ ପାଇଁ ବାବାଙ୍କ ମନ୍ଦିର ଖୋଲାଯିବ ଏବଂ ପ୍ରତିଦିନ ୧୫,୦୦୦ ଭକ୍ତ ସାଇଙ୍କୁ ଦର୍ଶନ କରି ପାରିବେ। ପ୍ରତି ଘଣ୍ଟାରେ କେବଳ ୧୧୫୦ ଭକ୍ତଙ୍କୁ ସାଇ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ । ଏହା ବ୍ୟତୀତ କେବଳ ୯୦ଜଣ ଭକ୍ତଙ୍କୁ ଆରତୀ ସମୟରେ ଦର୍ଶନ ପାଇଁ ଅନୁମତି ମିଳିବ । ତେବେ କରୋନାକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କୁ କିଛି ନିୟମ ପାଳନ କରିବାକୁ ହେବ। ପ୍ରତ୍ୟେକ ଭକ୍ତଙ୍କୁ ମା୍ସ୍କ ଲଗାଇବା ବାଧ୍ୟତାମୂଳକ ରହିଛି।
ତେବେ ସିଦ୍ଧିବିନାୟକ ମନ୍ଦିରରେ ଭକ୍ତମାନଙ୍କୁ ପ୍ରେବେଶ ନେଇ ଗାଇଡ୍ଲାଇନ୍ ଜାରି କରାଯାଇଛି। ମନ୍ଦିର ଟ୍ରଷ୍ଟର ଆପରେ QR କୋଡ୍ ପ୍ରି-ବୁକିଂ ମାଧ୍ୟମରେ ଭକ୍ତମାନଙ୍କୁ ମନ୍ଦିର ପରିଦର୍ଶନ କରିବାକୁ ଅନୁମତି ଦିଆଯିବ ବୋଲି ସିଦ୍ଧି ବିନାୟକ ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ଦର୍ଶନ ପାଇଁ ପ୍ରତି ଘଣ୍ଟାରେ କେବଳ ୨୫୦ ଭକ୍ତଙ୍କୁ QR କୋଡ୍ ପ୍ରଦାନ କରାଯିବ।
ରାଜ୍ୟର ସମସ୍ତ ଧାର୍ମିକସ୍ଥଳୀ ଅକ୍ଟୋବର ୭ରୁ COVID-19 ପ୍ରୋଟୋକଲ ସହିତ ଖୋଲିବାକୁ ଅନୁମତି ଦିଆଯିବ ବୋଲି ଗତ ମାସରେ ମହାରାଷ୍ଟ୍ର ସରକାର ଘୋଷଣା କରିଥିଲେ। ମହାମାରୀର ତୃତୀୟ ଲହରକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲୋକଙ୍କୁ କୋଭିଡ୍ ଗାଇଡଲାଇନ୍ ମାନିବାକୁ ଅନୁରୋଧ କରିଛନ୍ତି।
Powered by Froala Editor