ନାଗା-ସାମନ୍ଥାଙ୍କ ବିବାହ ବିଚ୍ଛେଦ ଶୁଣି ରାମ ଗୋପାଳ କହିଲେ: ବିବାହ ହେଉଛି ବ୍ରିଟିଶ ନିୟମ, ଛାଡପତ୍ର ସ୍ୱାଧୀନତା
ବିବାହ ଏକ ପବିତ୍ର୍ର ବନ୍ଧନ । ଯେଉଁଠି ଜଣେ ଅନ୍ୟ ଜଣଙ୍କୁ ସାଥୀ ହୋଇ ବାଟ ଚାଲିବାର ପ୍ରତିଶ୍ରୁତି ଦେଇଥାଏ । ତେଣୁ ବିବାହ ବିଚ୍ଛେଦ ମଧ୍ୟ ସେତିକି କଷ୍ଟ ଦାୟକ । ହେଲେ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ବିବାହ ବିଚ୍ଛେଦକୁ ପୁନର୍ଜନ୍ମ ବୋଲି କହିଛନ୍ତି । ନିକଟରେ ପ୍ରସିଦ୍ଧ ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ ଓ ସାମନ୍ଥା ପ୍ରଭାସଙ୍କ ବିବାହ ବିଚ୍ଛେଦ ଖବର ଶୁଣି ସେ ଏପରି ମନ୍ତବ୍ୟ ଦେଇଛନ୍ତି । ନାଗାର୍ଜୁନ ମଧ୍ୟ ଉଭୟଙ୍କ ନିଷ୍ପତ୍ତିରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ସମୟରେ ରାମ ଗୋପାଳ ବର୍ମା ବିବାହ ଏବଂ ଛାଡପତ୍ରକୁ ନେଇ ଏକ ଟ୍ୱିଟ କରିଛନ୍ତି।
ରାମ ଗୋପାଳ ଲେଖିଛନ୍ତି, ବିବାହକୁ ନୁହେଁ ଛାଡପତ୍ରକୁ ସେଲିବ୍ରେଟ୍ କରାଯିବା ଉଚିତ। ବିବାହ ହେଉଛି ଏକ ମୃତ୍ୟୁ ଏବଂ ଛାଡପତ୍ର ପୁନର୍ଜନ୍ମ। ଏହି ଟୁଇଟ୍ ସହିତ ରାମ ଗୋପାଳ ମଧ୍ୟ ଏକ ପୁରୁଣା ଭିଡିଓର ଲିଙ୍କ୍ ସେୟାର କରିଛନ୍ତି, ଯେଉଁଥିରେ ସେ ଏହି ସବୁ କଥା କହୁଥିବାର ନଜର ଆସିଛନ୍ତି। ରାମ ଗୋପାଳ ତାଙ୍କ ପରବର୍ତ୍ତୀ ଟ୍ୱିଟରେ ଲେଖିଛନ୍ତି, ବିବାହ ହେଉଛି ବ୍ରିଟିଶ ନିୟମ, ଛାଡପତ୍ର ସ୍ୱାଧୀନତା। ସେ ଆହୁରି ଲେଖିଛନ୍ତି, ବିବାହ ଏକ ରୋଗ ଏବଂ ଛାଡପତ୍ର ଏକ ଉପଶମ। ବିବାହ ଅପେକ୍ଷା ଛାଡପତ୍ରକୁ ଅଧିକ ଉପଭୋଗ କରାଯିବା ଉଚିତ।
Powered by Froala Editor