ବିପଦ ସଙ୍କେତ ଟପିଲା ଜଳକା
ବାଲେଶ୍ବର: ଜିଲ୍ଲା ବସ୍ତା ବ୍ଲକ ମଥାନି ଠାରେ ବିପଦ ସଙ୍କେତ ଟପି ଜଳକା ପ୍ରବାହିତ ହେଉଛି। ବିପଦ ସଙ୍କେତ ୫.୫୦ ଥିବା ବେଳେ ସକାଳେ ୫.୯୯ରେ ପ୍ରବାହିତ ହେଉଛି ଜଳକା।
ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଯାହାକୁ ନେଇ ସେମାନଙ୍କ ମଧ୍ୟରେ କୋକୁଆ ଭୟ ମଧ୍ୟ ଖେଳିଯାଇଛି ।
Powered by Froala Editor