ଝାଡ଼ଖଣ୍ଡର କୌଣସି ସ୍କୁଲରେ ଆଉ କେହି ପଢ଼ିପାରିବେ ନାହିଁ ଓଡ଼ିଆ ଭାଷା, ଜାଣନ୍ତୁ କାହିଁକି

ରାଇରଙ୍ଗପୁର: ୨୦୧୧ ମସିହା ସେପ୍ଟେମ୍ବର ୧ ତାରିଖରେ ଝାଡ଼ଖଣ୍ଡ ରାଜ୍ୟ ସରକାର ଓଡ଼ିଆ ଭାଷାକୁ ଦ୍ୱିତୀୟ ରାଜ୍ୟ ଭାଷାର ମାନ୍ୟତା ଦେଇଥିଲେ । ହେଲେ ବିଡ଼ମ୍ବନା, ଚଳିତ ୨୦୨୧-୨୨ ଶିକ୍ଷାବର୍ଷରୁ ଝାଡ଼ଖଣ୍ଡ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ୱିତୀୟ ରାଜ୍ୟଭାଷା ଓଡ଼ିଆକୁ ଉଚ୍ଛେନ କରିବା ଲାଗି ନିଷ୍ପତ୍ତି ନେଇଛି । ଅର୍ଥାତ ଝାଡ଼ଖଣ୍ଡର କୌଣସି ସ୍କୁଲରେ ଆଉ କେହି ଚାହିଁଲେ ବି ଓଡ଼ିଆ ଭାଷାରେ ପଢ଼ିପାରିବେ ନାହିଁ । ଝାଡ଼ଖଣ୍ଡ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଓଡ଼ିଆ ଭାଷାଭାଷୀ ବହୁଳ ଜିଲ୍ଲା ଷଢେ଼ଇକଳା, ଝାରସୁଅାଁ, ପୂର୍ବ ସିଂହଭୂମ, ପଶ୍ଚିମ ସିଂହଭୂମରେ ତୀବ୍ର ପ୍ରତିକି୍ରୟା ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ଆଜି ଷଢେ଼ଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଓଡ଼ିଆ ଭାଷାଭାଷୀ ଲୋକଙ୍କୁ ନେଇ ବିରାଟ ବିକ୍ଷୋଭ ଓ ଧାରଣା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।
Powered by Froala Editor