କୋଭାକ୍ସିନକୁ ଏବେ ମିଳିବନି ଜରୁରିକାଳୀନ ବ୍ୟବହାର ଅନୁମତି
ଭାରତରେ ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ଜରୁରୀକାଳିନ ବ୍ୟବହାର ପାଇଁ ମଞ୍ଜୁରୀ ଦେବାକୁ ଆହୁରି ବିଳମ୍ବ ହେବ। ସୂଚନା ଅନୁଯାୟୀ, WHO ଏହାର ନିର୍ମାତା ଭାରତ ବାୟୋଟେକକୁ ଆଉ କିଛି ପ୍ରଶ୍ନର ଉତ୍ତର ମାଗିଛି। WHO ଏପରି ଆଚରଣ ଯୋଗୁଁ ଏହା ଭାରତୀୟଙ୍କ ଉପରେ, ବିଶେଷକରି ଛାତ୍ରଛାତ୍ରୀମାନଙ୍କ ଉପରେ ଏବଂ ଲୋକଙ୍କ ଆନ୍ତର୍ଜାତୀୟ ଭ୍ରମଣ ଯୋଜନା ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ।
କୋଭାକ୍ସିନ ଟିକାକୁ WHO ସ୍ୱୀକୃତି ନଦେଲେ ବିଶ୍ୱରେ ଅଧିକାଂଶ ଦେଶ ଏହାକୁ ସ୍ୱୀକୃତିପ୍ରାପ୍ତ ଟିକା ବୋଲି ବିଚାର କରାଯିବ ନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭାକ୍ସିନ ନେଇ ପ୍ରଶ୍ନ କରିବା ପୂର୍ବରୁ ଟିକା ନିର୍ମାତା କମ୍ପାନୀ ସମସ୍ତ ତଥ୍ୟ ଦେଇଥିବା କହିଥିଲା। ହେଲେ ଏବେ ପୁଣି ପ୍ରଶ୍ନ ଆସିବାରୁ ସଂସ୍ଥା ଚିନ୍ତାରେ ପଡ଼ିଛି।
ଗତ ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ରାଜ୍ୟମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର କହିଥିଲେ" ମଞ୍ଜୁରୀ ପାଇଁ ତଥ୍ୟ ଦେବା ଏକ ପ୍ରକ୍ରିୟା ହୋଇଥାଏ। କୋଭାକ୍ସିନକୁ WHO ଠାରୁ ଖୁବ୍ଶୀଘ୍ର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିଯିବ।" ମନ୍ତ୍ରୀଙ୍କ ପୂର୍ବରୁ ନ୍ୟାସ୍ନାଲ ଏକ୍ସପର୍ଟ ଗ୍ରୁପର ଭି.କେ ପଲ୍ ବି ଚଳିତ ମାସ ଶେଷ ସୁଧା ମଞ୍ଜୁରୀ ମିଳିବା ନେଇ ସୂଚନା ଦେଇଥିଲେ।
ସୂଚନାଯୋଗ୍ୟ, ଏଯାବତ୍ ‘WHO’ ‘ଫାଇଜର୍-ବାୟୋଏନ୍ଟେକ୍’, ‘ଆଷ୍ଟ୍ରାଜେନିକା’, ‘ଜନ୍ସନ୍ ଆଣ୍ଡ୍ ଜନ୍ସନ୍’, ‘ମଡର୍ଣ୍ଣା’ ଏବଂ ‘ସାଇନୋଫାର୍ମ’ ନିର୍ମିତ କୋଭିଡ୍-୧୯ ନିରୋଧୀ ଟିକାଗୁଡ଼ିକୁ ‘ଜରୁରୀକାଳୀନ ବ୍ୟବହାର ସ୍ବୀକୃତି’ ପ୍ରଦାନ କରିଛି।
Powered by Froala Editor