୧୫ ବର୍ଷ ପରେ ପାନ୍ନାରୁ ମିଳିଲା ୮.୨୨ କ୍ୟାରେଟ୍ ହୀରା
୧୫ ବର୍ଷ ପରେ ମଧ୍ୟପ୍ରଦେଶର ପାନ୍ନା ଅଞ୍ଚଳର ଏକ ଖଣିରୁ ମୂଲ୍ୟବାନ ହୀରା ମିଳିଛି । କୁହାଯାଉଛି ଏହି ହୀରା ପାଇଁ ୧୫ ବର୍ଷ ହେଲା ଅପେକ୍ଷା କରାଯାଇଥିଲା । ଯାହାକି ସଫଳ ହୋଇଛି ।
ପାନ୍ନା କଲେକ୍ଟର କହିଛନ୍ତି ଯେ, ରତନଲାଲ ପ୍ରଜାପତି ଏବଂ ତାଙ୍କ ସହଯୋଗୀମାନେ ଜିଲ୍ଲାର ହିରାପୁର ତାପାରିଆ ଅଞ୍ଚଳରେ ଥିବା ଲିଜ୍ ହୋଇଥିବା ଜମିରୁ ୮.୨୨ କ୍ୟାରେଟ୍ ହୀରା ବାହାର କରିଛନ୍ତି। ସେ କହିଛନ୍ତି ଯେ ଏହି ହୀରାକୁ ଅନ୍ୟାନ୍ୟ ରତ୍ନ ସହିତ ସେପ୍ଟେମ୍ବର ୨୧ ରେ ନିଲାମ ପାଇଁ ରଖାଯିବ। ଖଣି ମାଲିକ କହିଛନ୍ତି ଯେ, ହୀରା ନିଲାମରୁ ପ୍ରାପ୍ତ ଅର୍ଥରେ ସେମାନଙ୍କ ପିଲାମାନଙ୍କୁ ଉନ୍ନତ ଜୀବନ ଏବଂ ଶିକ୍ଷା ପ୍ରଦାନ କରିବେ।
ସରକାରୀ କାର୍ଯ୍ୟାଳୟରେ ବହୁମୂଲ୍ୟ ପଥର ଜମା କରିବା ପରେ ରତନଲାଲ ପ୍ରଜାପତିଙ୍କ ଅନ୍ୟତମ ସହଯୋଗୀ ଗଣମାଧ୍ୟମକୁ କହିଛନ୍ତି ଯେ, ସେ ଗତ ୧୫ ବର୍ଷ ହୀରା ଖୋଜିବା ପାଇଁ ବିଭିନ୍ନ ଖଣିରେ ସମୟ ଅତିବାହିତ କରିଥିଲେ, କିନ୍ତୁ ସେ ପ୍ରଥମ ଥର ପାଇଁ ଏହି ସଫଳତା ଲାଭ କରିଛନ୍ତି।
Powered by Froala Editor