୧୪ ରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୪ ତାରିଖରେ ସୁନ୍ଦରଗଡ଼ ଗସ୍ତରେ ଯିବେ । ସେଠାରେ ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ । ମୁଖ୍ୟମନ୍ତ୍ରୀଙ୍କର ଏହା ସରକାରୀ କାର୍ଯ୍ୟକ୍ରମ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତ ଚାଲିଛି । ତେବେ ଏହି ଗସ୍ତକୁ ପ୍ରଭାବୀ କରିବା ପାଇଁ ବିଜେଡି ପକ୍ଷରୁ ମଧ୍ୟ ଆବଶ୍ୟକ ପ୍ରସ୍ତୁତି ଚାଲିଛି । ୧୨ରୁ ଅଧିକ ମନ୍ତ୍ରୀ ଆଗୁଆ ସେଠାକୁ ଯାଇ କାର୍ଯ୍ୟକ୍ରମର ତଦାରଖ କରିବେ । ବ୍ଲକ ୱାରି ମନ୍ତ୍ରୀମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ୧୨ ତାରିଖ ଠାରୁ ମନ୍ତ୍ରୀମାନେ ସେଠାରେ ଡେରା ପକାଇବେ । କିଛି ବିଧାୟକଙ୍କ ସମେତ ପାଖାପାଖି ୫୦ ଜଣ ରାଜ୍ୟସ୍ତରୀୟ ନେତାଙ୍କୁ ମଧ୍ୟ ପଠାଯିବା ପାଇଁ ତାଲିକା ପ୍ରସ୍ତୁତ କରାଯାଇଛି ।
ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ କୁଟ୍ରା, ପଦ୍ମନାଭ ବେହେରାଙ୍କୁ ଲାଠିକଟା, ନବକିଶୋର ଦାସଙ୍କୁ ବାରଗାଁ, ଅରୁଣ ସାହୁଙ୍କୁ ବାଲିଶଙ୍କରା, ବିକ୍ରମ ଆରୁଖଙ୍କୁ ବଣାଇ, ଅଶୋକ ପଣ୍ଡାଙ୍କୁ ସୁନ୍ଦରଗଡ଼, ଦିବ୍ୟଶଙ୍କର ମିଶ୍ରଙ୍କୁ ଲହୁଣୀପଡ଼ା, ଜଗନ୍ନାଥ ସାରକାଙ୍କୁ ସବଡେଗା, ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଟାଙ୍ଗରପାଲ୍ଲୀ, ପଦ୍ମିନୀ ଦିଆନଙ୍କୁ ସୁନ୍ଦରଗଡ଼ ମ୍ୟୁନିସପାଲଟି, ଟୁକୁନି ସାହୁଙ୍କୁ ଲେଫ୍ରିପଡ଼ା, ତୁଷାରକାନ୍ତି ବେହେରାଙ୍କୁ ବିଶ୍ରା, ରଘୁନନ୍ଦନ ଦାସଙ୍କୁ ନୂଆଗାଁ, ପ୍ରତାପ ଜେନାଙ୍କୁ ରାଜଗାଙ୍ଗପୁର ବ୍ଲକ, ପ୍ରେମାନନ୍ଦ ନାଏକଙ୍କୁ କୋଇଡ଼ା, ପ୍ରଫୁଲ୍ଲ ମଲ୍ଲିକଙ୍କୁ ହେମଗିରି, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କୁଆଁରମୁଣ୍ଡା ବ୍ଲକ ଦାୟିତ୍ୱ ଦିଆଯାଇଥିବାବେଳେ ଉତ୍କଳ ପରିଡ଼ାଙ୍କୁ ବିରମିତ୍ରପୁର, ଆକାଶ ଦାସ ନାୟକଙ୍କୁ ଗୁରୁଣ୍ଡିଆ ଓ ପ୍ରିୟଦର୍ଶୀ ମିଶ୍ରଙ୍କୁ ରାଜଗାଙ୍ଗପୁର ମ୍ୟୁନିସପାଲଟି ଦାୟିତ୍ୱ ଦିଆଯାଇଛି ।
Powered by Froala Editor