ଆସନ୍ତା ଶିକ୍ଷାବର୍ଷ ଠାରୁ କ୍ୟାପିଟାଲ ହସ୍ପିଟାଲରେ ପିଜି ନାମଲେଖା
ଭୁବନେଶ୍ବର : ଆସନ୍ତା ଶିକ୍ଷାବର୍ଷ ଠାରୁ କ୍ୟାପିଟାଲ ହସ୍ପିଟାଲରେ ପିଜି ନାମଲେଖା ହେବ। ହସ୍ପିଟାଲରେ ୧୫ ଟି ବିଭାଗରେ ପିଜି ପାଇଁ ନାମଲେଖା ଆରମ୍ଭ ହେବ। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୧ ଟି କ୍ଲିନିକାଲ ଓ ୪ ଟି ଅଣକ୍ଲିନିକାଲ ବିଭାଗରେ ପିଜି ପାଠ୍ୟକ୍ରମ ପାଇଁ ସ୍ବାସ୍ଥ୍ୟ ବିଭାଗରୁ ଅନୁମତି ଦିଆଯାଇଛି।
ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଆନାସ୍ଥସିଆ, ରେଡିଓ ଡ଼ାଇଗନ୍ନସିସ, ପଲମୋନାରି ମେଡିସିନ୍, ଅର୍ଥୋପେଡିକ୍ସ, ଅପଥାଲମୋଲୋଜି, ଇଏନଟି, ଏମର୍ଜେନ୍ସି ମେଡିସିନ, ପାଥୋଲୋଜି, ମାଇକ୍ରୋ ବାଇଓଲୋଜି, ବାଇଓକେମିଷ୍ଟ୍ରି ଓ ଏଫ୍ଏମଟି ରହିଛି। ଏଥିପାଇଁ ରାଜ୍ୟ ସରକାର ଟଙ୍କା ମଧ୍ୟ ମଞ୍ଜୁର କରିସାରିଛନ୍ତି। ପିଜି ଇନ୍ଷ୍ଟିଚ୍ୟୁଟ୍ ପାଇଁ ୨ଟି ପାଞ୍ଚ ମହଲା ବିଶିଷ୍ଟ ବିଲ୍ଡିଂ ନିର୍ମାଣ କରାଯିବା ନେଇ ପ୍ରସ୍ତାବ ରହିଛି। କ୍ୟାପିଟାଲ ହସ୍ପିଟାଲରେ ବର୍ତ୍ତମାନ ୨୦ ରୁ ଉର୍ଦ୍ଧ ବିଭାଗ କାର୍ୟ୍ୟ କରୁଛି।
Powered by Froala Editor