NIRF ରାଙ୍କିଂ : ଶ୍ରେଷ୍ଠ ୧୦୦ରେ ସ୍ଥାନ ପାଇଲା ଓଡ଼ିଶାର ୧୦ ଶିକ୍ଷାନୁଷ୍ଠାନ

ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ନେଇ ନ୍ୟାସନାଲ୍ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଂ ଫ୍ରେମ୍ୱାର୍କ(NIRF -୨୦୨୧) ତାଲିକା ପ୍ରକାଶ ପାଇଛି। ଦେଶରେ ଆଇଆଇଟି ମାଡ୍ରାସ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ବିବେଚିତ ହୋଇଛି। ସର୍ବଭାରତୀୟ ସ୍ତରରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ନେଇ ପ୍ରସ୍ତୁତ ୧୧ଟି କ୍ୟାଟେଗୋରିରେ ଓଡ଼ିଶାର ୧୦ଟି ଶିକ୍ଷାନୁଷ୍ଠାନକୁ ଶ୍ରେଷ୍ଠ ୧୦୦ ଏନ୍ଆଇଆର୍ଏଫ୍ ରାଙ୍କିଂ କରାଯାଇଛି। ଏଥିରେ ଏକ ସାମଗ୍ରିକ ତାଲିକା ସାଙ୍ଗକୁ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ, ମ୍ୟାନେଜ୍ମେଣ୍ଟ, ଫାର୍ମାସି, ମହାବିଦ୍ୟାଳୟ, ମେଡ଼ିକାଲ୍, ଆଇନ୍, ଆର୍କିଟେକ୍ଚର୍, ଡେଣ୍ଟାଲ ଓ ଗବେଷଣା କ୍ୟାଟେଗୋରିରେ ଏନ୍ଆଇଆର୍ଏଫ୍ ରାଙ୍କିଂ ଦିଆଯାଇଛି।
ସାମଗ୍ରିକ ତାଲିକା ମଧ୍ୟରେ ଓଡ଼ିଶାରୁ ୭ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛି। ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ) ୩୩ତମ, କିଟ ବିଶ୍ୱବିଦ୍ୟାଳୟ ୩୯, ରାଉରକେଲା ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ୪୧ତମ ସ୍ଥାନ, ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଭୁବନେଶ୍ୱର ୫୯ତମ ସ୍ଥାନ ନ ମିଳିଛି। ଦେଶର ସାମଗ୍ରିକ ୧୦୧ରୁ ୧୫୦ ତାଲିକା ମଧ୍ୟରେ ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟି, ଏସସିବି ମେଡ଼ିକାଲ କଲେଜ ଓ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି।
ଶ୍ରେଷ୍ଠ ୧୦ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାରୁ ୪ଟିି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଏହି ତାଲିକାରେ ୨୦ତମ ରାଙ୍କିଂରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଏବଂ ୨୧ତମ ରାଙ୍କିଂରେ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି(କିଟ୍) ରହିଛି। ଉତ୍କଳ ବିଶ୍ୱବିଦ୍ୟାଳୟକୁ ୮୭ତମ ରାଙ୍କ ମିଳିଛି। ରାଜ୍ୟ ବିଶ୍ୱବିଦ୍ୟାଳୟ ତାଲିକାର ୧୦୧ରୁ ୧୫୦ ରାଙ୍କିଂରେ ଜାଭିୟର ବିଶ୍ୱବିଦ୍ୟାଳୟ ରହିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସିଂ ଜରିଆରେ ଏ ନେଇ ଘୋଷଣା କରିଛନ୍ତି ।
Powered by Froala Editor