ୟୁଟ୍ୟୁବରେ ୫୦୦ ମିଲିୟନ ଭ୍ୟୁଅର୍ସ କ୍ରସ୍ କଲା ‘ପାନି ପାନି’

ଗେନ୍ଦା ଫୁଲ ଗୀତର ସଫଳତା ପରେ ବାଦଶାହ ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଗୀତ 'ପାନି-ପାନି' ବର୍ତ୍ତମାନ ହଇଚଇ ସୃଷ୍ଟି କରିଛି । ଉଭୟଙ୍କର ଏବେ ପାନି-ପାନି ଗୀତ ହିଟ ହେବାରେ ଲାଗିଛି । ଗୀତଟି ବର୍ତ୍ତମାନ ୟୁଟ୍ୟୁବରେ ୫୦୦ ମିଲିୟନ ଲୋକ ଦେଖିସାରିଲେଣି । ପ୍ରଶଂସକ ମାନେ ଏହି ଗୀତକୁ ବହୁତ ପସନ୍ଦ କରିଛନ୍ତି । ବାଦଶାହଙ୍କ ଜଣେ ପ୍ରଶଂସକ ଲେଖିଛନ୍ତି ଯେ ମୁଁ ଭାବୁଛି ଅନ୍ୟମାନେ ଗୀତର ନମ୍ବର ଦେଖିବା ପରେ ପାନି ପାନି ହୋଇ ଯାଇଛନ୍ତି । ତେବେ ଏହି ଗୀତର ଏକ ଭିଡିଓ କ୍ଲିପ୍ ସାରେଗାମା ମ୍ୟୁଜିକ୍ ଏହାର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛି ।
ସେହିପରି ପୂର୍ବରୁ ବାଦଶାହ ଓ ଜ୍ୟାକଲିନ ଗେନ୍ଦା ଫୁଲ ଗୀତରେ ଏକାଠି କାମ କରିଥିଲେ । ଦର୍ଶକ ମଧ୍ୟ ସେମାନଙ୍କ ଯୋଡିକୁ ବେଶ ପସନ୍ଦ କରିଥିଲେ । ଯାହାକୁ ନେଇ ପ୍ରଶଂସକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
Powered by Froala Editor