ବଢ଼ିବାରେ ଲାଗିଛି ତୃତୀୟ ଲହର
ନୂଆଦିଲ୍ଲୀ: କରୋନା ସଂକ୍ରମଣର ଦ୍ୱିତୀୟ ଲହର ପଞ୍ଝାରୁ ଭାରତ ମୁକୁଳି ନଥିବା ବେଳେ ତୃତୀୟ ଲହର ନେଇ ସତର୍କ ସୂଚନା ଦେଇଛି ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ (ଆଇସିଏମଆର) । ଏବେ ଦେଶର କେତେକ ନିର୍ଦ୍ଧିଷ୍ଟ ରାଜ୍ୟରେ ତୃତୀୟ ଲହରର ଆଗୁଆ ଆଭାସ ଦେଖିବାକୁ ମିଳିଥିବା ଆଇସିଏମଆରର ଡା.ସମୀରନ ପଣ୍ଡା କହିଛନ୍ତି । ଡା.ପଣ୍ଡା କହିଛନ୍ତି, ତୃତୀୟ ଲହର ୨-୩ ମାସ ମଧ୍ୟରେ ଆସିବ ବୋଲି ଭାବିବା ଉଚିତ ନୁହେଁ । କାରଣ କେତେକ ରାଜ୍ୟରେ ଏହା ଯଥେଷ୍ଟ ଆଗରୁ ସଂକେତ ଦେଇସାରିଲାଣି । ବିଶେଷ କରି କେରଳ ଓ ମିଜୋରାମରେ ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ଆମକୁ ଏବେଠୁ ସଜାଗ ରହିବାକୁ ପଡ଼ିବ । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଆମେ ଯଦି କୋଭିଡ ନିୟମ ପାଳନ ନ କରିବା ଏବଂ ସବୁଠାରେ ଲୋକଙ୍କ ଗହଳି ଲାଗିରୁହେ, ତେବେ ସଂକ୍ରମଣ ଦ୍ରୁତ ବେଗରେ ବ୍ୟାପିଯିବ । ଅନ୍ୟ ପକ୍ଷରେ ତୃତୀୟ ଲହର ତୁଳନାରେ କମ୍ ମାରାତ୍ମକ ହୋଇପାରେ ବୋଲି ଡା.ପଣ୍ଡା ଦର୍ଶାଇଛନ୍ତି । ତାଙ୍କ ମୁତାବକ ଦ୍ୱିତୀୟ ଲହରରେ ଅଧିକ ପ୍ରଭାବିତ ହୋଇନଥିବା ରାଜ୍ୟ ଗୁଡ଼ିକ ତୁରନ୍ତ ଟିକାକରଣ ଅଭିଯାନକୁ ବ୍ୟାପକ କରିବା ଦରକାର । ସେମାନେ ଆଗୁଆ କୋଭିଡ କଟକଣା ହଟାଇବା ଉଚିତ ନୁହେଁ ।
Powered by Froala Editor